ଯାଜପୁର୨୬/୦୩ (ସନ୍ଧାନ ନିଉଜ) ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଂଚାୟତ ଅନ୍ତର୍ଗତ ଅନନ୍ତବାସୁଦେବ ମ୍ଦୀର ପରିସରରେ ପାଣିକୋଇଲି ବରିଷ୍ଠ ନାଗରିକ ମଂଚର ଦ୍ୱିତିୟ ଭ୍ରାମ୍ୟମାଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଂଚର ସଭାପତି ନୃସିଂହ ଚରଣ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ବରିଷ୍ଠ ନାଗରିକ ସଂଗଠନର ଉପସଭାପତି ଶ୍ରୀ ପ୍ରବୋଧ କୁମାର ନାୟକ ମୁଖ୍ୟ ଅତିଥି ।ବେ ଯୋଗ ଦେଇଥିଲେ । ସାଧାରଣ ସଂପାଦକ ଶ୍ରୀ ସୁରେନ୍ଦ୍ର କୁମାର ରାୟ ବିବରଣୀ ଉପସ୍ଥାପନ କରିବା ସହିତ କେତେକ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ । ଚଳିତ ମାର୍ଚ ୨୩ ତାରିଖରୁ ମହାତ୍ମାଗାନ୍ଧୀ ଙ୍କ ଓଡିଶା ଆଗମନ ର ଶତବାର୍ଷିକ ସାରା ରାଜ୍ୟରେ ପାଳନ କରାଯାଉଥିବା ବେଳେ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ପାଳନ କରାଯିବାକୁ ଘୋଷଣା କରିଥିଲେ । ଏହି ଅବସରରେ ପାଣିକୋଇଲିର ଏକ ପ୍ରମୁଖ ସ୍ଥାନରେ ମହାତ୍ମାଗାନ୍ଧୀ ଓ ଉତ୍କଳମଣୀ ଗୋପବନ୍ଧୁଙ୍କ ଦୁଇ ଗୋଟି ପ୍ରତିମୂର୍ତି ସ୍ଥାପନ କରିବା ପାଇଁ ନିଷ୍ପତି ହେବା ସହିତ ଏଥିପାଇଁ ଆବଶ୍ୟକ ସ୍ଥାନ ଯୋଗାଇଦେବାକୁ ମଂଚ ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତି ହୋଇଥିଲା ।
ସେହିପରି ସଂଗଠନର କାର୍ଯ୍ୟାଳୟ ନିର୍ମାଣ ପାଇଁ ସର୍ବନିମ୍ନ ୧୦ ଡିସମିଲ ଜମି ଯୋଗାଇ ଦେବା ପାଇଁ ସ୍ଥାନୀୟ ମାନ୍ୟବର ସାଂସଦ ଓ ବିଧାୟକଙ୍କ ସୁପାରିଶ ସତ୍ୱେ ଦୀର୍ଘ ବିଳମ୍ବକୁ ମଂଚ ପକ୍ଷରୁ ନାପସନ୍ଦ କରାଯିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ରାଜସ୍ୱ ନିରିକ୍ଷିକ ଓ ବ୍ୟାସନଗର ତହସିଲଦାର ଙ୍କ ଦୃଷ୍ଟି ଆକର୍ଷଣ କରାଗଲା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଶ୍ରୀ ନାୟକ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଉଦ୍ଧିଷ୍ଟ ଆଇନ ,ମିଳୁଥିବା ସୁବିଧା ଓ କେତେକ ଅସୁବିଧାର ଅବତାରଣା କରି ବଳିଷ୍ଠ ସଂଗଠନ ଦ୍ୱାରା ସବୁକିଛି ହାସଲ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।ଆଜିର ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ବୈଷ୍ଣବ ଚରଣ ସାହୁ,ଯୁଗ୍ମସଂପାଦକ ମଦନମୋହନ ବେହେରା ଓ ଗୋକୁଳାନନ୍ଦ ମହାରଣା ,ସଭ୍ୟ ଉତ୍ସବ ମହାରଣା,ରାମଚନ୍ଦ୍ର ମଲ୍ଲିକ,ନରେନ୍ଦ୍ର ଘଡାଇ,ଉପଦେଷ୍ଟା ଅଦୈତ ଚନ୍ଦ୍ର ଦାସ,ରାମଚନ୍ଦ୍ର ବେହେରା,ପ୍ରହ୍ଲାଦ ଜେନା,ସନାତନ ବିଶ୍ୱାଳ,ତ୍ରୈଲୋକ୍ୟ ମହାପାତ୍ର,ନିରଂଜନ ସ୍ୱାଇଁ,ବିଷ୍ଣୁ ଚରଣ ରାଉତ,ବାବାଜି ଚରଣ ରାଉତ,ପ୍ରତିମା ମହାପାତ୍ର,ସୁରେନ୍ଦ୍ର ସେଠୀ,ପ୍ରାଣକୃଷ୍ଣ ନାୟକ,ଶ୍ରୀକାନ୍ତ ଦାସ,ନିତ୍ୟାନନ୍ଦ ଦାସ,ଭଗବାନ ପଣ୍ଡା,ସୁଧାକର ଧଳ,ଅକ୍ଷୟ କୁମାର ବିହାରୀ,ବୃନ୍ଦାବନ ଦାସ,ବାଇଧର ଜେନା,ରାମକୃଷ୍ଣ ମଲ୍ଲିକ,ପ୍ରେମାନନ୍ଦ ପାଲ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ପତଞ୍ଜଳି ଯୋଗ ବିସ୍ତାରକ ଆଇନଜିବି ପଦ୍ମଚରଣ ଘଡାଇ ଯୋଗ ସାଧନା ଓ ତାର ଉପକାରିିତା ସଂପର୍କରେ ଆଲୋଚନା କରିବା ସହ କେତେଗୋଟି ସହଜ ଓ ସରଳ ଯୋଗାସନ ପ୍ରଦର୍ଶନ କରିଥିଲେ । ଶେଷରେ କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ଉମାକାନ୍ତ ଖଣ୍ଡାଇ ଧନ୍ୟବାଦ ଅର୍ପଣ କରିଥିଲେ ।
ବରିଷ୍ଠ ନାଗରିକ ମଂଚର ଭ୍ରାମ୍ୟମାଣ ବୈଠକ
|
March 26, 2021 |