ରସୁଲପୁର,୧୩/୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଂଚାୟତ ବରଜପୁର ଗାଁରେ ଆଜି ସପ୍ତମ ବାର୍ଷିକୀ ବିଶ୍ୱଶାନ୍ତି ମହାଯଜ୍ଞ ଓ ହନୁମାନ ଯଜ୍ଞ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ଶତାଧିକ ଭକ୍ତ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ କଳସ ଶୋଭାଯାତ୍ରାରେ ଆସି ଯଜ୍ଞସ୍ଥଳରେ ପହଁଚି ଥିଲେ । ଯଜ୍ଞ ମଣ୍ଡରେ ଯଥାବିଧି ପୂଜା କରାଯାଇ ଘଟ ସ୍ଥାପନ କରାଯାଇଥିଲା । ଏହି ଯଜ୍ଞ ଉତ୍ସବ ତିନି ଦିନ ବ୍ୟାପି ଚାଲୁ ରହିବ । ଉକ୍ତ ଉତ୍ସବରେ ପ୍ରତ୍ୟେହ ସୂର୍ଯ୍ୟପୂଜା, ଗୋ-ପୂଜା, ଗୀତାପାଠ, ହନୁମାନ ଚାଳିଶା ପାଠ, ଗାୟତ୍ରୀ ଯଜ୍ଞ, ବେଦପାଠ ଭଳି ମାଙ୍ଗଳିକ କାର୍ଯ୍ୟ କରାଯାଉଛି । ସଂଧ୍ୟାରେ ନାନା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗାଁର ସଂକୀର୍ତ୍ତନ ମଣ୍ଡଳି ଦ୍ୱାରା ସକାଳ ଓ ସଂଧ୍ୟା ସମୟରେ କୀର୍ତ୍ତନ ପରିବେଶଣ କରୁଛନ୍ତି । ଆରତୀ ଉତ୍ସବ ସମୟରେ ଭକ୍ତମାନଙ୍କର ବିଶେଷ ଭିଡ ପରିଲକ୍ଷିତ ହୋଇଛି । ଏହି ସମୟରେ ଗାଁର ପ୍ରତ୍ୟେକ ପରିବାରରେ ଆମିଷ ଦ୍ରବ୍ୟ ନିଷେଧ କରାଯାଇଛି । ପରିବାର ସଦସ୍ୟଗଣ ନିଷ୍ଠାର ସହ ଯଜ୍ଞକୁ ପାଳନ କରୁଛନ୍ତି । ଉକ୍ତ ଯଜ୍ଞ ଉତ୍ସବରେ ଜୟନ୍ତି ପ୍ରଧାନ ଓ ଉପେନ୍ଦ୍ର ପ୍ରଧାନ କର୍ତ୍ତୀକର୍ତ୍ତା ଭାବରେ କାର୍ଯ୍ୟ ପରିଚାଳନା କରୁଛନ୍ତି । ଗ୍ରାମର ଉଦୀୟମାନେ ଯୁବକମାନେ କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା ପ୍ରଦାନ କରୁଛନ୍ତି ।
ତାଜା ଖବର
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ମୁରକିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପୁରୁଣା ଇଟା ସହିତ ଯାବତୀୟ ଜିନିଷକୁ ପ୍ରଧାନଶିକ୍ଷକ ହଡପ କରିଥିବା ଅଭିଯୋଗ
- ସୁନ୍ଦରଗଡ଼ ବିକାଶ ଭବନଠାରେ ଷଷ୍ଠ ଜିଲ୍ଲା ପରିଷଦର ନବମ ସମୀକ୍ଷା ବୈଠକ ଅନୁଷ୍ଠିତ
- ଅଗ୍ନିକାଣ୍ଡ ପୀଡ଼ିତଙ୍କୁ ଭେଟିଲେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ; ତୁରନ୍ତ ସହାୟତା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ
- ଏକାଅଶି ବର୍ଷ ବୃଦ୍ଧା ଙ୍କୁ ଏ ପର୍ଯ୍ୟନ୍ତ ମିଳିନି ପକ୍କାଘର l ବି.ଡି.ଓ. ଙ୍କ ଦ୍ୱାରସ୍ଥ ହୋଇ ଜଣାଇଲେ ବୃଦ୍ଧା ନିଜର ଦୁଃଖ
- ପାଳିଆ ବିନ୍ଧା ପଞ୍ଚାୟତ ରେ ଥିବା ରାମାନୁଜ ବିଦ୍ୟାପୀଠ ର ପରିଚାଳନା କମିଟି ଗଠିତ।
- ପାଳିଆ ଜଗନ୍ନାଥ ମନ୍ଦିର ର ରଥ ଯାତ୍ରା ଶାନ୍ତି ଶୃଙ୍ଖଳା ର ସହିତ ସମ୍ପନ୍ନ।
- ଆଧ୍ୟାତ୍ମିକ ପତ୍ରିକା “ଦିବ୍ୟାଲୋକ ସନ୍ଧାନେ”ର ରଥଯାତ୍ରା ସଂଖ୍ୟା ଉନ୍ମୋଚିତ ।
- ଲଗାଣ ବର୍ଷା ରେ ବିରାଟ ଆମ୍ବ ଗଛ ପଡିବାରୁ ଅଳ୍ପକେ ବର୍ତ୍ତିଲେ ପରିବାର
- ସାଂସଦ ଓ ବିଧାୟକ ଙ୍କ ମିଳିତ ଗସ୍ତ : ଅଞ୍ଚଳର ବିକାଶ, ଶିକ୍ଷା ଓ ଭିତ୍ତିଭୂମି ସମ୍ପର୍କରେ ବିଭିନ୍ନ ଘୋଷଣା ଓ ପ୍ରତିଶ୍ରୁତି



