ରସୁଲପୁର,୧୩/୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଂଚାୟତ ବରଜପୁର ଗାଁରେ ଆଜି ସପ୍ତମ ବାର୍ଷିକୀ ବିଶ୍ୱଶାନ୍ତି ମହାଯଜ୍ଞ ଓ ହନୁମାନ ଯଜ୍ଞ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ଶତାଧିକ ଭକ୍ତ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ କଳସ ଶୋଭାଯାତ୍ରାରେ ଆସି ଯଜ୍ଞସ୍ଥଳରେ ପହଁଚି ଥିଲେ । ଯଜ୍ଞ ମଣ୍ଡରେ ଯଥାବିଧି ପୂଜା କରାଯାଇ ଘଟ ସ୍ଥାପନ କରାଯାଇଥିଲା । ଏହି ଯଜ୍ଞ ଉତ୍ସବ ତିନି ଦିନ ବ୍ୟାପି ଚାଲୁ ରହିବ । ଉକ୍ତ ଉତ୍ସବରେ ପ୍ରତ୍ୟେହ ସୂର୍ଯ୍ୟପୂଜା, ଗୋ-ପୂଜା, ଗୀତାପାଠ, ହନୁମାନ ଚାଳିଶା ପାଠ, ଗାୟତ୍ରୀ ଯଜ୍ଞ, ବେଦପାଠ ଭଳି ମାଙ୍ଗଳିକ କାର୍ଯ୍ୟ କରାଯାଉଛି । ସଂଧ୍ୟାରେ ନାନା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗାଁର ସଂକୀର୍ତ୍ତନ ମଣ୍ଡଳି ଦ୍ୱାରା ସକାଳ ଓ ସଂଧ୍ୟା ସମୟରେ କୀର୍ତ୍ତନ ପରିବେଶଣ କରୁଛନ୍ତି । ଆରତୀ ଉତ୍ସବ ସମୟରେ ଭକ୍ତମାନଙ୍କର ବିଶେଷ ଭିଡ ପରିଲକ୍ଷିତ ହୋଇଛି । ଏହି ସମୟରେ ଗାଁର ପ୍ରତ୍ୟେକ ପରିବାରରେ ଆମିଷ ଦ୍ରବ୍ୟ ନିଷେଧ କରାଯାଇଛି । ପରିବାର ସଦସ୍ୟଗଣ ନିଷ୍ଠାର ସହ ଯଜ୍ଞକୁ ପାଳନ କରୁଛନ୍ତି । ଉକ୍ତ ଯଜ୍ଞ ଉତ୍ସବରେ ଜୟନ୍ତି ପ୍ରଧାନ ଓ ଉପେନ୍ଦ୍ର ପ୍ରଧାନ କର୍ତ୍ତୀକର୍ତ୍ତା ଭାବରେ କାର୍ଯ୍ୟ ପରିଚାଳନା କରୁଛନ୍ତି । ଗ୍ରାମର ଉଦୀୟମାନେ ଯୁବକମାନେ କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା ପ୍ରଦାନ କରୁଛନ୍ତି ।
ତାଜା ଖବର
- ବରୀ ଲୋକ କଳା ମହୋତ୍ସଵ ରେ ସାମ୍ବାଦିକ ସୁରେଶ କର ସମ୍ମାନିତ
- ସାମାଜିକ ସଙ୍ଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶାର ପ୍ରତିଷ୍ଠା ଦିବସ ନେଇ ପ୍ରସ୍ତୁତି ଚୂଡ଼ାନ୍ତ
- ବ୍ରାହ୍ମଣୀ ନଦୀରେ ପୁଅ ବୁଡ଼ି ଯିବାରୁ ୨୬ଜଣଙ୍କ ନାମରେ ମାମଲା ରୁଜୁ
- ଅରଙ୍ଗାବାଦ ପଂଚାୟତରେ ୯ଗୋଟି ୱାର୍ଡ଼ ସଭ୍ୟଙ୍କ ସଭ୍ୟପଦ ରଦ୍ଦ କଲେ ଜିଲ୍ଲାପାଳ
- ବ୍ରହ୍ମବରଦା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସିଡିଏମ ଚଢ଼ାଉ କଲେ
- ଝିରିପାଣି ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ
- ଖତ ଖାଉଛି ସାମୁଦାୟିକ ଶୌଚାଳୟ,ଜିଲ୍ଲାପରିଷଦ ପାଣ୍ଠିର ଅପବ୍ୟବହାର
- ସବଡେଗା କୃଷି ଉଦ୍ୟାନ ଅଫିସ୍ ପାଲଟିଛି ସରିଶୃପଙ୍କ ପୃଷ୍ଠ ଭୂମି
- ଜାଣନ୍ତୁ ଘରେ କେଉଁ ବସ୍ତୁ ରଖିଲେ ମିଳିବ ବାସ୍ତୁ ଦୋଷରୁ ମୁକ୍ତି ; ଜୀବନରେ ହେବ ଧନର ବର୍ଷା
- ସକାଳୁ ଉଷୁମ ପାଣି ପିଇବା ଦ୍ୱାରା କଣ ହୋଇଥାଏ ; ଆସନ୍ତୁ ଜାଣିବା…



