ବରଗଡ଼, ୪/୧/୨୦ (ସନ୍ଧାନ ନିଉଜ) : ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଶନିବାର ପଞ୍ଚମ ଦିବସ। ଏହି ଦିବସରୁ ଆରମ୍ଭ ହୋଇଛି ଗୋପୀ, ଗୋପାଙ୍ଗନାଙ୍କ ଦହି ବିକା ଦୃଶ୍ୟାଭିନୟ। ଚନ୍ଦ୍ରସେଣାଙ୍କ ସମେତ ଗୋପୀ,ଗୋପାଙ୍ଗନାମାନେ ଯମୁନା(ଜୀରାନଦୀ) ପାରି ହୋଇ ଗୋପପୁର(ଅମ୍ବାପାଲି)ରୁ ମଥୁରାନଗରୀ(ବରଗଡ଼)କୁ ପ୍ରବେଶ କରି ଦହି ବିକିଛନ୍ତି। ଗୋପୀ, ଗୋପାଙ୍ଗନାଙ୍କ ଏହି ଦହିବିକା ଦୃଶ୍ୟ ଧନୁଯାତ୍ରା ମହୋତ୍ସବରେ ଦର୍ଶକ ମହଲରେ ଅନ୍ୟତମ ଆକର୍ଷଣ ପାଲଟିଛି।
Related Posts
ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ପ୍ରାରମ୍ଭିକ ପୁଂଜି (ସିଡ୍ କ୍ୟାପିଟାଲ) ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭାରତର ଏସ-୪୦୦ କ୍ରୟ ଆମେରିକା ପାଇଁ ସମସ୍ୟା ସୃଷ୍ଟି କରିବ: ଆମେରିକୀୟ କମାଣ୍ଡର
ସୁକିନ୍ଦା ବ୍ଳକ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।



