ବପାର ଦଶାହ କ୍ରିୟାରେ ପୁଅର ଜଳିଲା ଜୁଇ

Spread the love
  •  
  •  
  •  
  •  
  •  

ଚଣ୍ଡିଖୋଲ, ୦୩/୦୫ (ସବ୍ୟୁ): ଦୁଃଖ ଏମିତି ବି ଆସିପାରେ, ବାପାର ଦଶାହ କ୍ରିୟାରେ ପୁଅର ଜଳିଲା ଜୁଇ । ଘଟଣାଟି ଯେତିକି ଶୋକାକୂଳ ସେତିକି ହୃଦୟ ବିଦାରକ । ଏଭଳି ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି ବଡଚଣା ବ୍ଲକର ପୁରୁଣା ସୁଙ୍ଗୁଡା ଗ୍ରାମରେ । ଏହି ଗ୍ରାମର ଗୋଲଖ ଚନ୍ଦ୍ର ବାରିକ(୭୦)ଙ୍କ ଗତମାସ ୨୩ ତାରିଖ ଶୁକ୍ରବାର ଦିନ ହୃଦଘାତରେ ପରଲୋକ ଘଟିଥିଲା । ରବିବାର ଥିଲା ତାଙ୍କର ଦଶାହକ୍ରିୟା । ଗୋଲଖଙ୍କ ମଧ୍ୟମ ପୁତ୍ର ସଦାନନ୍ଦ ୩ଦିନ ପୂର୍ବେ ଜ୍ୱରରେ ଆକ୍ରାନ୍ତ ହେବାରୁ ତାଙ୍କୁ ପରିବାର ଲୋକେ ପ୍ରଥମେ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହାର ଦୁଇଦିନ ପରେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ପୁନଃ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କର କୋଭିଡ ପରୀକ୍ଷା କରାଇଥିଲେ । ନେଗେଟିଭ ରିପୋର୍ଟ ଆସିବାରୁ ଜ୍ୱରର କାରଣ ଜାଣିନପାରିବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ସେଠାରେ ପୁନଃ କୋଭିଡ ପରୀକ୍ଷା ପରେ ପଜେଟିଭ ଥିବା ଜଣାପଡିଥିଲା । ଡାକ୍ତରଙ୍କ ପ୍ରଚେଷ୍ଟା ସତ୍ତ୍ୱେ ରବିବାର ସଦାନନ୍ଦ(୩୪)ଙ୍କ ପରଲୋକ ଘଟିଛି । ଏଭଳି ଦୁଃଖଦ ଘଟଣା ପ୍ରଚାରୀତ ହେବାପରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯିବା ସହିତ ଅଂଚଳବାସୀଙ୍କୁ କିଛି ସ୍ତବ୍ଧ କରିଦେଇଥିଲା । ସରକାରୀ ନିୟମ ଅନୁଯାୟୀ ତାଙ୍କର ମରଶରୀରକୁ କଟକ ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

Related Posts

About The Author

Add Comment