ଯାଜପୁର, ତା ୨୬ା୮ (ସନ୍ଧାନ ନିଉଜ): ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପଦକ୍ଷେପ ନେଇଥିବା ବେଳେ ଜିଲ୍ଳ୍ାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ବୈତରଣୀର ବଲ୍ଲଭୀ ଘାଟ ଓ ବଳୀଘାଇ ଅଞ୍ଚଳକୁ ପରିଦର୍ଶନ କରିଥିଲେ । ସେହିପରି ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍ିକ ଓ ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ ବିଭିନ୍ନ ବ୍ଳ୍କ ଅଞ୍ଚଳ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଥିଲେ । ପରେ ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବି.ଡି.ଓ. ଓ ତହସିଲଦାର ମାନଙ୍କ ସହ ଆଲୋଚନା କରି ବିବିଧ ପଦକ୍ଷେପ ସଂପର୍କରେ ନିଦେ୍ର୍ଦଶ ଦେଇଥିଲେ । ଅପରାହ୍ନରେ ଜିଲ୍ଳ୍ାପାଳ ରଂଜନ କୁମାର ଦାସ, ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା, ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ଦଶରଥପୁର ବି.ଡି.ଓ. ନାରାୟଣ ଚନ୍ଦ୍ର ନାୟକ, ତହସିଲଦାର ସୈାଭାଗ୍ୟ ବେହେରା, ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ ପ୍ରମୁଖ ଦଶରଥପୁର ବ୍ଳ୍କର ଅହିୟାସ ନିକଟସ୍ଥ ପହ୍ଳାସାହି ଓ ମଲ୍ଳିକାପୁର ନିକଟସ୍ଥ କମଳପୁର ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଖାଲୁଆ ଅଞ୍ଚଳରେ ରହିଥିବା ଲୋକ ମାନଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରିବାକୁ ଜିଲ୍ଳ୍ାପାଳ ବ୍ଳ୍କ ଓ ତହସିଲ ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ । ବ୍ଳକ ଓ ତହସିଲ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକ ମାନଙ୍କୁ ସତର୍କ କରାଯାଇଚ୍ଥି ।
ବନ୍ୟା ଆଶଙ୍କା : କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଳ୍ାପାଳ ଓ ବରିଷ୍ଠ ଅଧିକାରୀ
|
August 27, 2020 |