ବନ୍ୟାଜଳରେ ଭାସି ମହିଳା ନିଖୋଜ

Spread the love

ବାରିପଦା, ୨୮/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):-କୋଭିଡ଼ ପରୀକ୍ଷା ସାରି ଫେରୁଥିବା ବେଳେ ମୟୁ ର ଭଞ୍ଜ ଜିଲା ଗଙ୍ଗାହାର ନଦୀ ବନ୍ୟାଜଳରେ ଭାସିଯାଇ ଜଣେ ମହିଳା ନିଖୋଜ ଅଛନ୍ତି । ମହିଳା ଜଣଙ୍କ ହେଲେ ମୟୂରଭଞ୍ଜ ବଡ଼ସାହି ବ୍ଲକର ଭୀମଦା ଗ୍ରାମର ଜୀବନବନ୍ଧୁ ମହାପାତ୍ରଙ୍କ ପତ୍ନୀ ସ୍ନେହଲତା(୬୨) । ତାଙ୍କ ବଡ଼ପୁଅ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପରିବାରର ୪ସଦସ୍ୟ ସରକାରୀ ଗାଡ଼ିରେ ବୁଧବାର ସକାଳେ ବଡ଼ସାହି ଡ଼ାକ୍ତରଖାନାକୁ ଆରଟିପିସିଆର କୋଭିଡ଼ ପରୀକ୍ଷା ପାଇଁ ଯାଇ ଫେରୁଥିଲେ। ତେବେ ବୈଶିଙ୍ଗା- ଉଦଳା ରାସ୍ତାର ମାଣତ୍ରୀ ବିତନୁ ପୋଲ ଉପରେ ଗଙ୍ଗାହାର ନଦୀର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଦିନ ୧୨ଟା ୩୦ମିନିଟ ସମୟରେ ଗାଡ଼ିଟି ପୋଲ ପାରି ନହୋଇ ସମସ୍ତଙ୍କୁ ଓହ୍ଲାଇ ଦେଇ ଫେରିଯାଇଥିଲା । ମହିଳା, ତାଙ୍କ ସ୍ବାମୀ, ପୁଅବୋହୂ ଓ ନାତି ସହିତ୪ଜଣ ଜଣଜଣ କରି ସ୍ଥାନୀୟ ଯୁବକଙ୍କ ସହାୟତାରେ ଚାଲିଚାଲି ପୋଲ ପାରି ହେଉଥିବା ବେଳେ ଶେଷରେ ମହିଳା ଜଣଙ୍କ ପାରି ହେଉଥିଲେ । ତେବେ ପ୍ରଖର ସ୍ରୋତ ମଧ୍ୟରେ ଏକ ଦଳଗୁଚ୍ଛ ଆସି ଛନ୍ଦି ହୋଇଯିବାରୁ ସମସ୍ତେ ଭାସିଯାଇଥିଲେ । ମହିଳାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରି ସେମାନେ ବିଫଳ ହୋଇଥିଲେ । ଅନ୍ୟ ଜଣେ ଯୁବକ ସାହସର ସହିତ ମହିଳାଙ୍କୁ ବଞ୍ଚାଇବା ପାଇଁ ପାଣିକୁ ଡ଼ିଆଁ ମାରି କିଛି ବାଟ ସାହାରା ଦେଇଥିଲେ ହେଁ ସଫଳ ହୋଇ ନଥିଲେ । ପୋଲର ଉଭୟ ପାର୍ଶ୍ୱରେ ଶତାଧୁକ ଲୋକଙ୍କ ଉପସ୍ଥିତିରେ ଏହା ଘଟିଥିଲେ ହେଁ ସମସ୍ତେ କିଂକର୍ତ୍ତବ୍ୟ ବିମୁଢ଼ି ରହିଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଥିବା ବଡ଼ସାହିର ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ଘଟଣାସ୍ଥଳରେ ପହଞ୍ଚି ବଡ଼ସାହି ବିଡ଼ିଓଙ୍କୁ ଖବର ଦେବାରୁ ସେ ବଡ଼ସାହି ଓ ବେତନଟୀ ଦମକଳ ବାହିନୀକୁ ସାଙ୍ଗରେ ନେଇ ପହଞ୍ଚି ପାୱାର ବୋଟି ସାହାଯ୍ୟରେ ଖୋଜାଖୋଜି ଆରମ୍ଭ କରିଥିଲେ । ମହିଳାଙ୍କ ସହିତ ଭାସିଯାଇ ନଦୀ ପାର୍ଶ୍ଵରେ ଫସି ରହିଥିବା ଜଣେ ଯୁବକଙ୍କୁ ସେମାନେ ଉଦ୍ଧାର କରିଥିଲେ ହେଁ ମହିଳାଙ୍କୁ ପାଇ ନଥିଲେ।ତେବେ ସନ୍ଧ୍ୟା ୫ଟା୩୦ ବେଳକୁ ଆଲୋକ ଅଭାବ ହେତୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଛି । ଗୁରୁବାର ସକାଳେ ପୁର୍ନବାର ଖୋଜାଖୋଜି ଆରମ୍ଭ ହେବ।
ସରକାରୀ ଗାଡ଼ି ଚାଳକ ଦାୟିତ୍ବହୀନ ଭାବେ ଅସୁସ୍ଥ ରୋଗୀଙ୍କୁ ବିପଦପୂର୍ଣ୍ଣ ରାସ୍ତାରେ ଓହ୍ଲାଇଦେବା ବର୍ଭମାନ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ମହିଳାଙ୍କ କ୍ଲାଇଁ ମନୋରଞ୍ଜନ ଦାସ କୋଭିଡ଼ ପରିଚାଳନା ଦାୟିତ୍ବରେ ଥିବା ଅଧୁକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି । ବଡ଼ସାହି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ ସନ୍ଧ୍ୟାରେ ଘଟଣାସ୍ଥଳରେ ପହଞ୍ଚି ଦୁଃଖ ପ୍ରକାଶ କରିଛନ୍ତି । ପରବର୍ତ୍ତୀ ସରକାରୀ ସହାୟତା ପ୍ରଦାନ ପାଇଁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି ।

Related Posts

About The Author

Add Comment