ବଦଳୁଛି ସୁକିନ୍ଦା ରାଜନୈତିକ ସମୀକରଣ , ବଢିଚାଲିଛି ଗୃହଭେଦୀ ବିଭୀଷଣଙ୍କ ସଂଖ୍ୟା…

Spread the love

କଳିଙ୍ଗନଗର ୪ /୧୦(ସନ୍ଧାନ ନିୟୁଜ) ବିଗତ କିଛିଦିନ ସୁକିନ୍ଦା ନିର୍ବାଚନମଣ୍ଡଳୀ ବେଶ୍ ଶାନ୍ତ ହୋଇ ରହିଥିବା ବେଳେ ମେସ୍କୋ ଷ୍ଟିଲ୍ ନିର୍ବାଚନ ପରେ ହଠାତ୍ ଯେମିତ ଚଳଚଞ୍ଚଳ ହୋଇ ପଡିଛି । ଶାସକ ଦଳ ବିରୁଦ୍ଧରେ ବିରୋଧୀଙ୍କ ସ୍ବର ଯେମିତି ବଢି ଚାଲିଛି । ଏକଦା ବିଜୟର ଦ୍ବାର ଦେଶରେ ଥିବା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କ ୟୁନିୟନ୍ କଳିଙ୍ଗନଗର ମଜଦୁର୍ ୟୁନିୟନ୍ ନିର୍ବାଚନରେ ଏକତରଫା ପରାସ୍ତ ହେବା ଶାସକ ଦଳ ଶିବିରରେ ଆଶଙ୍କା ଖେଳାଇବା ସହ ବିରୋଧୀଙ୍କ ଶିବିରରେ ୨୦୧୯ ନିର୍ବାଚନ ପାଇଁ ମନୋବଳ ବୃଦ୍ଧି କରିଛି ।

ଗତ ୩/୧୦ ରେ କଳିଙ୍ଗନଗର ସ୍ଥିତ ମେସ୍କୋ ଷ୍ଟିଲ୍ ରେ ସ୍ବୀକୃତୀ ନିର୍ବାଚନ ପାଇଁ ସୁକିନ୍ଦା ବିଧାୟକଙ୍କ ସମର୍ଥୀତ କଳିଙ୍ଗନଗର ମଜଦୁର ୟୁନିୟନ୍ ମଇଦାନକୁ ଓହ୍ଲାଇଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ, କଳିଙ୍ଗନଗରରେ କାର୍ଯ୍ୟ କରୁଥିବା ତିନୋଟି ୟୁନିୟନ୍ ମଧ୍ୟରୁ କଳିଙ୍ଗନଗର ଶ୍ରମିକ ସଂଘ ନିର୍ବାଚନ ନ ଲଢି ପର୍ଯ୍ୟବେକ୍ଷକ ଦାୟିତ୍ବ ତୁଲାଇଥିଲା । ତେଣୁ ପାରମ୍ପରିକ ଦୁଇ ୟୁନିୟନ୍ ବିଧାୟକଙ୍କ ସମର୍ଥିତ କଳିଙ୍ଗନଗର ମଜଦୂର ୟୁନିୟନ୍ ଏବଂ ମେସ୍କୋ ଷ୍ଟିଲ୍ ଓ୍ବାର୍କସ୍ ୟୁନିୟନ୍ ମଧ୍ୟରେ ଲଢାଇ ହୋଇଥିଲା ।ମୋଟ୍ ୩୦୭ ଜଣ ଭୋଟର୍ ଙ୍କ ମଧ୍ୟରୁ ୩୦୬ ଜଣ ନିଜ ନିଜର ମତଦାନ କରିଥିଲେ ।ମେସ୍କୋ ଷ୍ଟିଲ୍ ଓ୍ବାର୍କସ୍ ୟୁନିୟନ୍ ସର୍ବମୋଟ୍ ୧୭୧ ଖଣ୍ଡ ଭୋଟ୍ ପାଇଥିବାବେଳେ ମଜଦୁର୍ ୟୁନୀୟନ୍ ସର୍ବମୋଟ୍ ୧୩୩ ଖଣ୍ଟ ଭୋଟ୍ ପାଇଥିଲା । ୧ ଖଣ୍ଡ ଭୋଟ୍ ନାକଚ୍ ହୋଇଥିବା ବେଳେ ୧ ଖଣ୍ଡ ଭୋଟ୍ ଶ୍ରମିକ ସଂଘ ଖାତାକୁ ଆସିଥିଲା । ଶାସକ ଦଳ ସମର୍ଥିତ ୟୁନିୟନ୍ ର ପରାଜୟ କିନ୍ତୁ କଳିଙ୍ଗନଗରରେ ଚର୍ଚ୍ଚା ପାଇଁ ଖୋରାକ୍ ଯୋଗାଇଥିବା ବେଳେ ଉପଦେଷ୍ଟା ତଥା ସୁକିନ୍ଦା ବିଧାୟକ ଏ ଘଟଣାକୁ ହାଲକା ଭାବେ ନେଇନାହାନ୍ତି ।

ବିଶେଷ ଗୁପ୍ତ ସୂତ୍ରରୁ ଏକଥା ପ୍ରକାଶ ଯେ ଜଣେ ହୋଟେଲ୍ ବେପାରୀ, ଜଣେ ଶିଳ୍ପପତି ଠିକାଦାର , ବିଧାୟକ ବିରୋଧୀ ଜଣେ ଯୁବନେତା, ଜଣେ ଶ୍ରମିକ ନେତା,ସୁକିନ୍ଦା ବିଜେପିର ଜଣେ ବିଧାୟକ ପ୍ରାର୍ଥୀ ଙ୍କ ଯୋଗସୂତ୍ର ରକ୍ଷା କରି ଶାସକ ଦଳ ସମର୍ଥୀତ ୟୁନିୟନ୍ କୁ ହରାଇବା ପାଇଁ ଭୂବନେଶ୍ବର ର ଏକ ତାରକା ହୋଟଲେ ରେ ଗୁପ୍ତ ମନ୍ତ୍ରଣା ଚଳାଇଥିଲେ । ସେଥିପାଇଁ ଭୋଟ୍ ଭାଗ ନ ହେବା ପାଇଁ କଳିଙ୍ଗନଗର ଶ୍ରମିକ ସଂଘ ନିର୍ବାଚନରେ ନିଜ ପ୍ରାର୍ଥୀ ନ ଦେଇ ବିଧାୟକଙ୍କ ବିରୋଧୀ ୟୁନିୟନ୍ ଓ୍ବାର୍କସ୍ ୟୁନିୟନ୍ କୁ ଭିତିରିଆ ସାହାଯ୍ୟ କରିଥିଲା । ଯାହାଫଳରେ ଏକ ବୃହତ ବ୍ୟବଧାନରେ ମଜଦୁର୍ ୟୁନିୟନ୍ ପରାସ୍ତ ହୋଇଥିଲା । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସୁକିନ୍ଦା ବିଧାୟକଙ୍କ ଶ୍ରମିକ ନିର୍ବାଚନରେ ପରାସ୍ତ ଦଳ ପାଇଁ ବୁମେରାଂ ପାଲଟି ଯାଇଛି । ଗୃହଭେଦୀ ବିଭୀଷଣଙ୍କ ସଂଖ୍ୟା ଏତେ ମାତ୍ରାରେ ବଢିଯାଇଛି ଯେ ୨୦୧୯ ସାଧାରଣ ନିର୍ବାଚନ ସୁକିନ୍ଦା ପାଇଁ ରୋମାଞ୍ଚକର ହେବ ବୋଲି ସବୁଠି ଚର୍ଚ୍ଚା ଚାଲିଛି ।

Report by R Das

Related Posts

About The Author

Add Comment