ସୁନ୍ଦରଗଡ଼,ତା:୧୬/୮/୨୦୨୪ରିଖ (ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ପ୍ରଶାସନ ବନ ବିଭାଗ ଗ୍ରାମାଞ୍ଚଲରେ ଲୋକଙ୍କ ସୁବିଧା ପାଇ କିଛି ଉନ୍ନତି ମୂଳକ କାର୍ଯ୍ୟ ନ ହେବା କାରଣରୁ ଗାଁ ଅଞ୍ଚଳ ରେ ସେତେ ସେତେ ଲୋକ ମାନଙ୍କର ଅସୁବିଧା ହେବାରେ ଲାଗିଥିବା ଦୃଶ୍ୟ ଦେଖିବାକୁ ମିଳୁଛି l ଗତ କାଲି ରାତି ସମୟ ରେ ସବଡେଗା ବ୍ଲକ ଟାଙ୍ଗର ଗାଁ ପଂଚାୟତ ଅନ୍ତର୍ଗତ (ଗୁଡ଼ ଗୁଡ଼ ପଡା )ଠାରେ ବଣୁଆଁ ହାତୀ ଦୁଇଟି ଘର କୁ ରାତି ସମୟ ରେ ଧସେଇ ଘରେ ଥିବା ଖାଦ୍ୟ ସାମଗ୍ରୀ ତଥା ଅନ୍ୟାନ୍ୟ ସାମଗ୍ରୀ କୁ ଖାଇ ନଷ୍ଟ କରିଥିବା ସେହି ଘରର ସଦସ୍ୟ ମାନେ ପ୍ରକାଶ କରିଛନ୍ତି l ଏହି ଦୃଶ୍ୟ ଟାଙ୍ଗର ଗାଁ (ଗୁଡ଼ ଗୁଡ଼ ପଡା )ର ସହନଶୀଳ ଟେଟେ ଓ କୁମାରୀ କମାର ଙ୍କ ଘର କୁ ବଣୁଆଁ ହାତୀ ଘର କୁ ଧସେଇ ଥିବା ଖବର ମିଳିଛି l ଏହି ବଣୁଆଁ ହାତୀ ଟି ଟାଙ୍ଗରଗାଁ ସୀମାନ୍ତ ଝାରଖଣ୍ଡ ସାଇଟ ରୁ ଆସି ଟାଙ୍ଗରଗାଁ ବଣିଆଁ ପଡା, ଗୁଡ଼ଗୁଡ଼ ପଡା ଓ ତେନ୍ତୁଳି ଝରିଆ ଅଞ୍ଚଳ ରେ ଗରିବ ପରିବାର ଙ୍କ ଘର ଧସେଇ ଚାଲିଛି l ବଣୁଆଁ ହାତୀ ଯେଉଁ ଘର ମାନକୁ ଧସେଇଚି ସେ ପରିବାର ର ସଦସ୍ୟ ମାନେ ଉଚିତ ସହଯୋଗ କରିବା ପାଇଁ ପ୍ରଶାସନ ଙ୍କୁ ନିବେଦନ କରିଛନ୍ତି l ଏ ବିଷୟ ବନ ବିଭାଗ ଙ୍କୁ ପଚାରିବାରୁ ଆମେ ଆମର କାର୍ଯ୍ୟ ଠିକ ଭାବ କରୁଛୁ ବୋଲି ମତ ରଖିବା ସହିତ ଆଦିବାସୀ ଶ୍ରେଣୀ ର ଲୋକ ମାନଙ୍କୁ ସହର ଅଞ୍ଚଳ ରେ ଘର କରି ରହନ୍ତୁ ବୋଲି କହିଲେ ସେମାନେ ଜଙ୍ଗଲ ରେ ଘର କରି ରହିଛନ୍ତି ବୋଲି ବନ ବିଭାଗ ପ୍ରକାଶ କରିଛନ୍ତି l ଏହି କଥାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ବଣୁଆଁ ହାତୀ ଖାଦ୍ୟ ସାମଗ୍ରୀ ତଥା ଅନ୍ୟାନ୍ୟ ସାମଗ୍ରୀ କୁ ଖାଇ ନଷ୍ଟ କରିଥିବା ଖବର ମିଳିଛି
|
August 16, 2024 |