ବଡ ସରକାର ବାବାଙ୍କ 5th ଉର୍ତ୍ସ କାଦରିୟା ଉତ୍ସବର ପ୍ରସ୍ତୁତି

Spread the love

ଭଦ୍ରକ, ୩୧/୮ (ସନ୍ଧାନ ନିୟୁଜ/ରମେଶ ନାୟକ) ଭଦ୍ରକ ବାଇପାସ ରୋଡ ସ୍ଥିତ ସରକାର ନଗର ଖାନ୍କାହ ଠାରେ ଗତକାଲି ଗୁଲସନେ ଗୌସପାକ କମିଟିର ବୈଠକ ହାଜି ହାଫିଜ ସେକ୍ ମହମ୍ମଦ ଇସାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ସିଦ୍ଧାନ୍ତ ହେଲା ଯେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଉତ୍ସବର ଆୟୋଜନ କରାଯିବ । ଏହି ଉତ୍ସବ ସେପ୍ଟେମ୍ବର ମାସ ୨୪ ତାରିଖ (ମଙ୍ଗଳବାର)ରେ ଭଦ୍ରକ ମହାମାନ୍ୟ ସୁଫି ହଜରତ୍ ସୈୟଦ ଶାହା ନସିମ ଅଖତର କାଦ୍ରୀ ଓରଫ୍ ବଡ ସରକାର ବାବା (ର.ଅ.)ଙ୍କ ପଞ୍ଚମ ବାର୍ଷିକ ‘ଉର୍ଷେ କାଦ୍ରୀୟା’ ଉତ୍ସବ ପାଳନ ହେବାକୁ ଯାଉଅଛି । ଉତ୍ସବ ପୂର୍ବ ସେପ୍ଟେମ୍ବର ୨୩ ତାରିଖ ସୋମବାର ଦିନ ୪ଟାରୁ ରାତ୍ରି ୧୦ଟା ପର୍ଯ୍ୟନ୍ତ ବାବାଙ୍କ ଭକ୍ତମାନେ ଖାନକାହ କମିଟି ଠାରେ ‘ଫାତେହା’ ପାଇଁ ଫଳ ସାମଗ୍ରୀ ପହଞ୍ଚାଇ ଦେବେ । ସୋମବାର ରାତି୍ର ୧୨ ଘଟିକା ଠାରୁ ବାବାଙ୍କ ଗୋସଲଖାନୀ ଆରମ୍ଭ ହେବ । ସକାଳ ନମାଜ ପାଠ ସାରି କୋରାନଖାନୀ, ମିଲାଦ ସରିଫ ଓ ଫାତେହାର ଆୟୋଜନ କରାଯିବ । ‘ଫାତେହା’ ସରିଲା ପରେ ଭକ୍ତମାନଙ୍କୁ ଭୋଗ (ପ୍ରସାଦ) ବଣ୍ଟନ କରାଯିବ । ମଙ୍ଗଳବାର ସକାଳ ୮ଟାରୁ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ବାବାଙ୍କ ସମାଧି ଠାରେ ଚାଦର ଚଢାଇ ପାରିବେ । ଖାନକାହ କମିଟି ତରଫରୁ ଆମ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନଙ୍କ ପାଇଁ ରେଳ ଷ୍ଟେସନ ଓ ବନ୍ତଛକ ବସ ଷ୍ଟାଣ୍ଡ ସମ୍ମୁଖରେ କ୍ୟାମ୍ପ ଖୋଲାଯିବ । ଏହି କ୍ୟାମ୍ପରେ କମିଟିର ସଦସ୍ୟମାନେ ଉପସ୍ଥିତ ରହି ଭକ୍ତମାନଙ୍କୁ ଖାନକାହ ପର୍ଯ୍ୟନ୍ତ ଯାତାୟତର ବ୍ୟବସ୍ଥା କରାଇବେ ବୋଲି ଖାନକାହ କମିଟିର ସମ୍ପାଦକ ସେକ୍ ଅତା ମୋହିଦ୍ଦିନ ଜଣାଇଛନ୍ତି । ଏହି ବୈଠକରେ ମିର୍ଜା ସୈଫୁଦ୍ଦିନ, ତାହେର ଅଲି, ମହମ୍ମଦ ଅତାୱଲା, ଫୁରକାନ ଅଲି, ମହମ୍ମଦ ଫଜଲେ ହକ, ମହମ୍ମଦ ସଏଫ ଅଲି, ସେଖ ଗୁଲମହମ୍ମଦ, ମୁଖତାର ଅହେମଦ ରସିଦ ପ୍ରମୁଖମାନେ ଉପସ୍ଥିତ ରହିଥିଲେ । ସେହିପରି ‘କାଦ୍ରୀ ବିରାଦରାନ’ କମିଟିର ବୈଠକରେ ଶେଖ୍ ହବିବୁଲ୍ଲାଙ୍କ ସଭାପତିତ୍ୱରେ ସିଦ୍ଧାନ୍ତ ହେଲା ଯେ ପ୍ରତିବର୍ଷ ପରି ‘ଉର୍ଷେ କାଦରୀୟା’ରେ ଖାନକାହ ପରିସର ବାହାରେ ସେପ୍ଟେମ୍ବର ୨୪ ତାରିଖ ମଙ୍ଗଳବାର ସନ୍ଧ୍ୟା ୭ ଘଟିକା ଠାରୁ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଏକ ସର୍ବ ଭାରତୀୟ ଧର୍ମସଭା ଓ ମୁଶାଏରାର ଆୟୋଜନ କରାଯାଇଛି । ଏଥିରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ମୌଲାନା (ପଣ୍ଡିତ) ଓ ସାଏର (କବି) ମାନେ ଭାରତର ଅଣକୋଣରୁ ଆସି ଯୋଗଦାନ କରିବେ ଏବଂ କାଦ୍ରୀ ବିରାଦରାନ କମିଟି ତରଫରୁ ବାହାରୁ ଆସିଥିବା ଭକ୍ତମାନଙ୍କୁ ଲଙ୍ଗରର ବ୍ୟବସ୍ଥା କରାଯାଇଛି ବୋଲି ସେକ ସବ୍ବିର ହୋସେନ, ମୁଖତାର ନସିମ ଖାଁ, ଅଖତର ଅଲି ଖାଁ, ବାଜ ମହମ୍ମଦ ଖାନ, ଜାୱେଦ ଅଖତର, ଜାହାଙ୍ଗିର ଖାଁ, ସେକ କମିରୁଦ୍ଦିନ ପ୍ରମୁଖ ଉପସ୍ଥିତ ରହିଥିଲେ । ସମସ୍ତ ଭକ୍ତମାନଙ୍କୁ ଜଣାଇ ଦିଆଯାଉଛି ଯେ ‘ଉର୍ଷେ କାଦ୍ରୀୟା’ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ଅନୁରୋଧ ।

Related Posts

About The Author

Add Comment