ବଡ-ରାଏପଡା ଗ୍ରାମ୍ୟ ଜଳଯୋଗାଣ ପକଳ୍ପ ପାଲଟିଛି ଭୂତ କୋଠି

Spread the love

ରସୁଲପୁର,୨୩ା୫(ସନ୍ଧାନ ନିୟୁଜ୍/ଚିନ୍ମୟ ନାୟକ):  ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗ୍ରାମବାସୀଙ୍କ ପକ୍ଷରୁ ପଂଚାୟତରେ ଏକ ସରକାରୀ ଜଳଯୋଗାଣ ପ୍ରକଳ୍ପ ନିମନ୍ତେ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ବହୁ ବିଳମ୍ବ ହେଲେ ମଧ୍ୟ ପ୍ରଶାସନର ନଜର ପଡିବା ସହ ଲକ୍ଷଲକ୍ଷ ଟଙ୍କା ବ୍ୟୟ ବରାଦରେ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ସରିଲା ହେଲେ ୫ ବର୍ଷ ପରିଗଲା ହେଲେ ପାଣି ଯୋଗାଣ ହୋଇପାରିଲା ନାହିଁ । ଯାହାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଗ୍ରାମବାସୀ ଦାୟୀ କରିଛନ୍ତି । ଏଭଳି ଅଭିଯୋଗ ଆସିଛି ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତରେ । ଏହି ପଂଚାୟତର ବଡ-ରାଏପଡାଠାରେ ଜଳସାଧାରଙ୍କ ହିତ ଦୃଷ୍ଟିରୁ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସର୍ମ୍ପଣ୍ଣ ର୍ ହେଲା । ଏବଂ ସମସ୍ତ ଗ୍ରାମକୁ ପାଇପ ଯୋଗାଇ ଦିଆ ଯିବା ସହ ବିଦୁ୍ୟତ ସଂଯୋଗ ହେଲା,ହେଲେ ୫ ବର୍ଷ ବିତିଗଲା ଜନସାଧାରଣ ପାଣି ମୁନେ୍ଦ ପାଇପାରିଲେ ନାହିଁ । କେବଳ ଦୁଇ ଦିନ ପାଣି ଯୋଗାଇ ଦିଆଗଲା । ଏହି ପାଣି ପିଇବା ପାଇଁ ଅନୁପଯୁକ୍ତ । ଗୋଣିଆ ପାଣି ବାହାରିବାରୁ ଏହାକୁ ବନ୍ଦ କରି ଦିଆଗଲା । ସେପଟେ ବିଦୁୃତ୍ ବିଭାଗ ବିଲ ନେବାରେ ବ୍ୟସ୍ତ । ଲକ୍ଷାଧିକ ଟଙ୍କାରେ ନିର୍ମିତ ଏହି ଜଳ ଯୋଗାଣ ପକଳ୍ପ ଗୃହ ଭାଙ୍ଗିରୁଜି ଗଲାଣି । ଟ୍ରାନସ୍ଫରର୍ମର ଖରାପ ହେବା ସହିତ ପାଇପ ଗୁଡିକ ଭାଙ୍ଗି ରୁଜି ଗଲାଣି । ଏହି ଘଟଣାକୁ ନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ୫ ବର୍ଷ ବିତିଗଲା ହେଲେ ଏହାକୁ ସଫା କରା ହେବ ବୋଲି ଦିନ ପରେ ଦିନ ଗଡାଇ ଚାଲିଛି ବିଭାଗୀୟ ଅଧିକାରୀ । ଏଭଳି ଘଟଣାକୁ ନେଇ ଉଚ୍ଚ କତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ବାଙ୍କସାହି,ନାଳକୂଳ,ବଡ-ରାଏପଡା ଓ ମଙ୍ଗଳପୁର ଗ୍ରାମବାସୀ ଦାବି କରିଛନ୍ତି ।

Related Posts

About The Author

Add Comment