ଚଣ୍ଡିଖୋଲକୁ ସବଡିଭିଜନ ମାନ୍ୟତା ଦାବୀ ଜୋରଧରିଲା, ବଡଚଣା ବିକାଶ ମଂଚ ନାମରେ ହେବ ଜନ ଆନେ୍ଦାଳନ

Spread the love
  • 5
    Shares

ଯାଜପୁର,୨୮.୫(ସନ୍ଧାନନୁ୍ୟଜ/ମାନସ ରାଉତ): ଯାଜପୁର ଜିଲା ଚଣ୍ଡିଖୋଲକୁ ସବଡିଭିଜନ ମାନ୍ୟଦା ଦାବୀ କରି ବଡଚଣା ବିଜେଡି ବିକାଶ ମଂଚ ନାମରେ ଏକ ଆନେ୍ଦାଳନ କରିବ ବୋଲି ଶୁକ୍ରବାର ବିଜୁକଲ୍ୟାଣ ମଣ୍ଡପ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେଡି ନେତା ଦିଲିପ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବ୍ଲକ ବିଜେଡି ସଭାପତି ଅରବିନ୍ଦ ସାମଲ,ଯୁବ ବିଜେଡି ସଂପାଦକ ଗଣେଶ୍ୱର ବରାଳ,ବିଜେଡି ଉପସଭାପତି ନିରଂଜନ ସେନାପତି,ବିଜେଡି ଜୋନ ସଭାପତି ସଂଜୟ ସ୍ୱାଇଁ,ମିହିର ପ୍ରତାପ ଦାସ,ପବନେଶ୍ୱର ଜେନା,ଆଶିଷ ରଂଜନ ଚୌଧୁରୀ,ଅଭିମନୁ୍ୟ ଧଳ,ଛାତ୍ର ବିଜେଡି ସଭାପତି ଜତିନ୍ଦ୍ର ପ୍ରସାଦ ନାୟକ,ଫେଡେରେସନ ସଭାନେତ୍ରୀ କିଚିନା ମହାପାତ୍ର,ଶିକ୍ଷକ ନେତା ପୁର୍ଣ୍ଣଚନ୍ଦ୍ର ନାୟକ,ବାସୁଦେବ ଜେନା,ଦେବରାଜ ବେହେରା,ଶିରିଶ ସାମଲ,ପ୍ରକାଶ ଦାସ ପ୍ରମୁଖ ଯୋଗଦେଇଥିଲେ ।

ବୈଠକରେ ଚଣ୍ଡିଖୋଲରେ ·ରୀଗୋଟି କ୍ୟାବିନ ପଡିଥିଲା ସେତେବେଳେ ଉତ୍ତର କଟକ ଜିଲାପାଇଁ ପ୍ରସ୍ତାବ ରହିଥିଲା । ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ତଥା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଉଦ୍ୟମରେ ଅନେକ ସରକାରୀ କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇପାରିଥିଲେ ମଧ୍ୟ ସମସ୍ତ ପ୍ରକାର ଭିତ୍ତିଭୂମି ଥାଇ ରାଜସ୍ୱ ସବଡିଭିଜନ ମାନ୍ୟତା ନଦେବା ପ୍ରତିବାଦରେ ବଡଚଣା ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସମସ୍ତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଶେଷରେ ପ୍ରଶାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

  • 5
    Shares

Related Posts

About The Author

Add Comment