ବଡ଼ାମପଦା ପୋଲ ମରାମତିରେ ହେଳା

Spread the love

କପ୍ତିପଦା, ୧୭/୦୯/୨୦ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ଲଗାଣ ବର୍ଷାରେ ଧୋଇଯାଇଥିବା ବଡ଼ାମପଦା ପୋଲ ମରାମତିରେ ତୀବ୍ର ଅବହେଳା ଅଭିଯୋଗ । ଦୀର୍ଘ ବର୍ଷ ହେଲା ଏହି ପୋଲଟି ଅଣ୍ଟା ଭାଙ୍ଗି ପଡ଼ିଛି । ଏଥି ଯୋଗୁଁ ଏହି ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଛି । ପ୍ରଶାସନିକ ଅଧିକାରୀଙ୍କ ଅବହେଳା କାରଣରୁ ପୋଲ ମରାମତି ହୋଇପାରୁ ନ ଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ ଉଠାଇଛନ୍ତି । ଏନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଗତବର୍ଷ ଲଘୁଚାପଜନିତ ଲଗାଣ ବର୍ଷା ହେବା ଫଳରେ କପ୍ତିପଦା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ନଦୀନାଳମାନଙ୍କରେ ଜଳସ୍ତର ଉଛୁଳି ଉଠିଥିଲା । ଲଘୁଚାପ ଲଗାଣ ବର୍ଷା ଯୋଗୁଁ କପ୍ତିପଦାରୁ ପଦ୍ମପୋଖରୀ ରାସ୍ତାରେ ଥିବା ବଡ଼ାମପଦା ନିକଟରେ ବଡ଼ାମପଦା ନାଳପୋଲଟି ଧସିଯାଇଥିଲା । ଯାହାଫଳରେ କି ସେହି ଦିନଠାରୁ ଯାନବାହନ ଚଳାଚଳରେ ସମ୍ପୂର୍ଣ୍ଣ ବ୍ୟାଘାତ ସୃଷ୍ଟି ହୋଇ ଆସୁଛି । ଏନେଇ ଉକ୍ତ ପୋଲଟିକୁ ତୁରନ୍ତ କାର୍ଯୟକ୍ଷମ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦାବି କରାଯାଇଥିଲେ ହେଁ ପଦକ୍ଷେପ ଶୂନ । ପୋଲ ଭାଙ୍ଗିବାର ୧ ବର୍ଷ ପୂରଣ ହେବାକୁ ବସିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲଟିର ଉନ୍ନତିକରଣ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏହି ଭଙ୍ଗା ପୋଲ ଦେଇ ଲୋକମାନେ ବିପଦସଂକୁଳ ଅବସ୍ଥାରେ ଯିବାଆସିବା କରିବା ପାଇଁ ବାଧ୍ୟ ହେଉଛନ୍ତି । ଏଣୁ ଭଙ୍ଗାପୋଲରେ ବିଭିନ୍ନ ସମୟରେ ଯାନବାହନ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଯାତାୟାତ ସୁବିଧା ପାଇଁ ଏହି ଭିଙ୍ଗାପୋଲ ମରାମତି କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହୋଇଛି । ପ୍ରକାଶ ଥାଉ କି, କପ୍ତିପଦାରୁ ଏହି ରାସ୍ତା ଦେଇ ବଡ଼ାମପଦା, ଜାମବଣି, ପରାଶି ବାଡ଼ି, ଗୟଳମରା, ମାଙ୍କଡ଼ପଡ଼ା, ପଦ୍ମପୋଖରୀ ଏବଂ ବାଲେଶ୍ବର ଜିଲ୍ଲାର ଔପଦା, ଖଇରା, କୁପାରୀ, ସୋର ଓ ଭଦ୍ର କକୁ ଦୈନନ୍ଦିନ ଯାତ୍ରା ବାହୀ ବସ୍ ସହିତ ଅନ୍ୟାନ୍ୟ ଯାନବାହନ ଚଳାଚଳ କରିଥାଏ । ତେବେ ଏହି ନାଳ ଉପରେ ଥିବା ବହୁ ପୁରାତନ ପୋଲଟି ଦୀର୍ଘ ଦିନ ପୂର୍ବରୁ ଅସୁରକ୍ଷିତ ଅବସ୍ଥାରେ ଥିଲା । ଏହି ପୋଲଟି କେଉଁ ମୁହୁର୍ଭରେ ସମ୍ପୂର୍ଣ ଭାବେ ଭୁଶୁଡ଼ି ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ପୋଲଟି ଧସି ଯାଇଥିବାରୁ ଲୋକମାନେ ଏହି ପୋଲ ଉପରେ ଯାତାୟାତ ପାଇଁ ସୁରକ୍ଷିତ ମନେ କରୁନାହାନ୍ତି ।

Related Posts

About The Author

Add Comment