ବଡଚଣା: ଘରେ ପଶି ମହିଳାଙ୍କୁ ଆକ୍ରମଣ, ଥାନାରେ ମାମଲା

Spread the love
  • 8
    Shares

ଯାଜପୁର, ୨୨/୬(ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲାର ବଡଚଣା ଥାନା ଅନ୍ତର୍ଗତ ରାଧାଦେଇପୁର ଗ୍ରାମରେ ଘରେ ପଶି ଜଣେ ମହିଳାଙ୍କୁ ଆକ୍ରମଣ କରିବା ସହ ତାଙ୍କ ପୁଅକୁ ମାରଧର କରିବା ନେଇ ବଡଚଣା ଥାନାରେ ଏକ ଏତଲା ଦାୟର ହୋଇଛି । ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ୧୩୦/୨୦୧୮ରେ ଏକ ମାମଲା ରୁଜୁ କରିବା ସହ ଦଫା ୩୫୪,୫୦୬,୨୯.୨୨୩,୪୪୮ ପ୍ରଭୃତି ଲାଗାଇ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତା ମିନିତୀ ପରିଡାଙ୍କ ଠାରୁ ମିଳିଥିବା ଲିଖିତ ଅଭିଯୋଗରେ ଶୁକ୍ରବାର ଦିନ ପ୍ରାୟ ୧୦.୧୫ରେ ସୁଙ୍ଗୁଡା ଗ୍ରାମର ରମେଶ ଦାସ (ସେନ୍ତେରା)ଙ୍କ ସହ ଅନ୍ୟ ୪ଜଣ ଯୁବକ ଅଭିଯୁକ୍ତାଙ୍କ ଘରେ ପଶି ତାଙ୍କୁ ଧକ୍କା ମାରି ତଳେ ପକାଇବା ସହ ତାଙ୍କ ଶାଢ଼ୀ ଚିରା ଚିରି କରିଥିଲେ । ଏତିକିବେଳେ ତାଙ୍କ ପୁଅ ପଂହଚି ପ୍ରତିବାଦ କରିବାରୁ ତାଙ୍କୁ ପ୍ରବଳ ମାଡ ମାରିଥିଲେ । ଉକ୍ତ ପଂଚାୟତର ସରପଂଚ ଙ୍କ ସହ ତାଙ୍କ ପୁଅର ଶତୃତା ଥିବାରୁ ଏପରି ଘଟଣା ଘଟିଥିବା ଓ ସରପଂଚଙ୍କ ପ୍ରୋସôାହନରେ ହୋଇଥିବା ନେଇ ଶ୍ରୀମତୀ ପରିଡା ପ୍ରକାଶ କରିଛନ୍ତି । ଏପରକି ଗତ ଗୁରୁବାର ଦିନ ତାଙ୍କ ପୁଅ ଶଶିକାନ୍ତ ପରିଡା ଯାଜପୁର ଟାଉନରେ ଥିବା ବେଳେ ତାଙ୍କୁ ଫୋନରେ ଧମକ ଚମକ ଦିଆଯାଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ଏହି ଘଟଣାକୁ ନେଇ ସମଗ୍ର ବଡଚଣାରେ ରାଜନୌତିକ ଉଷ୍ମତା ଦେଖାଦେଇଛି । ବଡଚଣା ଥାନା ଅଧିକାରୀଙ୍କ ପଚାରିବାରୁ ସେ ମିନତୀଙ୍କ ଠାରୁ ଏତଲା ପାଇଛନ୍ତି ଓ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ପାଇଁ ତଦନ୍ତ ଆରମ୍ଭ କରିଥିବା ପ୍ରକାଶ କରିଛନ୍ତି ।

  • 8
    Shares

Related Posts

About The Author

Add Comment