ବଡଚଣାର ଝିଅ ପ୍ରଜ୍ଞା ମାହାଲା ହେଲେ ଦୁର୍ଗା ବାହିନୀର ରାଷ୍ଟ୍ରୀୟ ସଂଯୋଜିକା

Spread the love

ବଡଚଣା, ୮/୭ (ସନ୍ଧାନ ନୁ୍ୟଜ ) ବିଶ୍ୱ ହିନ୍ଦୁ ପରିଷଦର ଯୁବା ଭଉଣୀମାନଙ୍କ ଶାଖା ଦୁର୍ଗା ବାହିନୀର ୫ମ ରାଷ୍ଟ୍ରୀୟ ସଂଯୋଜିକା ଭାବେ ସୁଶ୍ରୀ ପ୍ରଜ୍ଞା ମାହାଲାଙ୍କୁ ନିଯୁକ୍ତି ଦିଆଯାଇ ଥିବା ନେଇ ଜୁନ ମାସ ଶେଷ ସପ୍ତାହରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବିଶ୍ୱ ହିନ୍ଦୁ ପରିଷଦର ପ୍ରବନ୍ଧ କମିଟି ବୈଠକରେ ପରିଷଦର ଅନ୍ତରାଷ୍ଟ୍ରୀୟ ମହା ସଚିବ ଡ଼. ମିଲିନ୍ଦ ପରାଣ୍ଡେ ଘୋଷଣା କରିଛନ୍ତି !
୧୯୯୧ ମସିହାରେ ହିନ୍ଦୁ ଯୁବା ଭଉଣୀମାନଙ୍କୁ ସେବା, ସୁରକ୍ଷା ଓ ସଂସ୍କାର ଦେବାକୁ ‘ଦୁର୍ଗା ବାହିନୀ’ ଗଠନ ହେବା ପରେ ଏହାର ପ୍ରଥମ ରାଷ୍ଟ୍ରୀୟ ସଂଯୋଜିକା ହୋଇଥିଲେ ସାଧ୍ବୀ ରୃତମ୍ଭରା !
ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ଓଡ଼ିଆ ଭାଷାରେ ସ୍ନାତୋକତ୍ତର ଏବଂ ଆଇନୀ ଶିକ୍ଷାରେ ସ୍ନାତ୍ତକ ଶିକ୍ଷା ଲାଭ ପରେ ୪୭ବର୍ଷିଆ ପ୍ରଜ୍ଞା ୧୯୯୪ ମସିହାରେ ଦୁର୍ଗା ବାହିନୀରେ ଯୋଗଦେଇ ନିଜ ଅଞ୍ଚଳରେ ଦୁର୍ଗା ବାହିନୀର ଶକ୍ତି କେନ୍ଦ୍ରମାନ ପ୍ରତିଷ୍ଠା କରି ଯାଜପୁର ଜିଲ୍ଲାର ପ୍ରଥମ ସଂଯୋଜିକା ନିଯୁକ୍ତ ହୋଇଥିଲେ !

ବିବାହ ବନ୍ଧନରେ ସେ ଆବଦ୍ଧ ନ ହୋଇ ସଂଗଠନ କାର୍ଯ୍ୟରେ ନିଜକୁ ନିରବଚ୍ଛିନ୍ନ ଭାବେ ସାମିଲ କରି ରଖି ପର୍ଯ୍ୟାୟକ୍ରମେ ଦୁର୍ଗା ବାହିନୀର ବିଭାଗ, ପ୍ରାନ୍ତ, ବିଭିନ୍ନ କ୍ଷେତ୍ରୀୟ ଏବଂ ରାଷ୍ଟ୍ରୀୟ ସହ ସଂଯୋଜିକା ଦାୟିତ୍ୱ ନିର୍ବାହ କରିବା ପରେ ଏବେ ତାଙ୍କୁ ଏହି ନୂତନ ଦାୟିତ୍ୱ ମିଳିଛି !

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡ଼ା ଗ୍ରାମରେ ଜନ୍ମିତ ପ୍ରଜ୍ଞା ଏହି ପଦବୀ ମଣ୍ଡନ କରିବାରେ ଓଡିଶା ତଥା ଦେଶର ପୂର୍ବୋତ୍ତର କ୍ଷେତ୍ରରୁ ପ୍ରଥମ ଅଟନ୍ତି !

Related Posts

About The Author

Add Comment