ବଡଚଣା: ସତରେ କଣ ନନାଙ୍କର ଟିଟୋ ସହିତ ଲିଙ୍କ୍? କଂଗ୍ରେସ ଗାଇବ ଡାହାଣୀ ଡିଣ୍ଡାଣୀ, ଡାହାଣୀ ଡିଣ୍ଡାଣୀ

Spread the love

ବଡଚଣାରୁ ସନ୍ଧାନ ନିୟୁଜର ସ୍ୱତନ୍ତ୍ର ପ୍ରତିନିଧିଙ୍କ ରିପୋର୍ଟ :-

ବଡଚଣାର ବିଧାୟକ ତଥା ସରକାରଙ୍କ ମୁଖ୍ୟ ସଚେତକ ଅମର ନନାଙ୍କୁ ନେଇ ଏବେ ବଡଚଣାରେ ଅଡୁଆସ୍ଥିତି ଦେଖାଦେଇଛି । ଟିଟୋ ସହିତ ଲିଙ୍କ୍ ନେଇ ବରୋଧୀ କଂଗ୍ରେସ ଏବେ ତାଙ୍କୁ ଘେରିଛି । କାଳେ ନାନା ଚଢୁଥିବା ପରଚୁନର ଗାଡିଟି ଟିଟୋ ନନାଙ୍କୁ ଦେଇ ତାହା ବାବଦରେ ଅସିଆ ପର୍ବତମାଳାର ଅନେକ ଅଂଚଳରୁ ବେଆଇନ୍ ମୋରମ ଉତୋଳନ କରିବା ସହିତ ବିଭିନ୍ନ ବାଲିଘାଟରୁ ବାଲି ଏବଂ ମାଙ୍କଡା ନେବାରେ ସକ୍ଷମ ହୋଇଛି । ଏହି ଖବର ଗଣମାଧ୍ୟମରେ ପ୍ରକଶିତ ହେବା ପରେ ବଡଚଣା ପୁର୍ବତନ ମନ୍ତ୍ରୀ ସିତାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଏସ.ଟି.ଏଫର ଏସ.ପିଙ୍କୁ ଭେଟ କରି ଅଭିଯୋଗ କରିବା ସହିତ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି । ଏହାପରେ ବଡଚଣା ଏବଂ ରାଜ୍ୟ ରାଜନୀତିରେ ବେଶ ହଟଚମଟ ହେବା ପରେ ଏହାକୁ ପ୍ରଶମିତ କରିବକୁ କାଳେ ନନାଙ୍କ କଥାରେ ବଡଚଣାରେ ନିଦେ୍ର୍ଦାଶ କାର୍ଡର ସଫେଇ ଦେବା ପାଇଁ ଚଣ୍ଡିଖୋଲ ଠାରେ ଏକ ସମ୍ବାଦିକ ସମ୍ମିଳନୀର କରାଗଲା । ବାସ୍ ଏହା ପରେ କଂଗ୍ରେସ ମାଇକ୍ ଲଗାଇ ନନାଙ୍କୁ ଦେଖାଇବା ପାଇଁ ଚଣ୍ଡିଖୋଲରେ ସଜବାଜ ଆରମ୍ଭ କରିବା ସହିତ ପରିବା ବଜାରକୁ ସଫା ସୁତରା କରିପକାଇଲା । କେବଳ ବାକିଥିଲା ନନାଙ୍କ ନାମରେ ମାଇକ୍ ଲାଗଇ ଜୋର ସାଉଣ୍ଡ ଦେଇ ଡାହାଣୀ ଡିଣ୍ଡାଣୀ ଡାହାଣୀ ଡିଣ୍ଡାଣୀ ଗାଇବା ପାଇଁ । ହେଲେ ଏତିକି ବେଳେ ଦେଶର ନେତା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଏହାକୁ ଟିକେ୍ ଠପ୍ କରାଇଦେଲା । ତେବେ ଦେଖିବାକୁ ବାକି ରହିଲା ବଡଚଣାରେ ଥିବା ବେଜେପି ନେତା ତଥା ଯୁବନେତା ଅନ୍ୟ ଅମର ଭାଇ ତାଙ୍କ ବିରୁଦ୍ଧରେ ଖୁଲୁମଖୁଲା ମୁହଁ ଖୋଲନଥିଲେ ସୁଧା କାଳେ ବିତରିଆ ରୋକିବାକୁ ପ୍ରମାଣ ଯୋଗାଡିଆ ହୋଇଛନ୍ତି । ଏପରକି ଖୋଦ ନନାଙ୍କର କେତକ ଗୁମାସ୍ତା ଏବେ ପଟୁନଥିବାରୁ ନନାଙ୍କ ଚେର କାଟିବାକୁ ମଧ୍ୟ ବିରେଧୀଙ୍କ ସହିତ ମଶି ନନାଙ୍କୁ ଚେକ୍ ମେଟ୍ କରିବାକୁ ଆଗେଇ ଆସିଛନ୍ତି । ଏବେ ଜ୍ୱର ଭଲ ହୋଇଥିବା କଂଗ୍ରେସର ଶେଉଖିଆ ରକ୍ତ କାଳେ ତାଜା ହୋଇଥିବାରୁ ନନାକୁ ଗଡେଇବାକୁ ପୁରା ଲାଗିପଡିଛନ୍ତି । ତେବେ ଦେଖାଯାଉ ନାନା ଗଡୁଛନ୍ତି ନା ନିଜର ନଦେ୍ର୍ଦାଶ କାର୍ଡ କରିବାରେ ସଫଳ ହେଉଛନ୍ତି ତାହା ଆଗାମୀ ଦିନରେ ସମୟ କହିବ । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ନନାକୁ ଭିତରେ ଡରରେ ଭୂତ ଲାଗିଥିବା ବେଳେ ଗୁଣିଆ ଡାକିବାକୁ ତାଙ୍କ ଚାମଚା ମାନେ ଲାଗିପଡିଛନ୍ତି । ଅନ୍ୟପଟରେ କଂଗ୍ରେସ ଏହି ଗୋଟିଏ ଭୂତ ସହତ ଅନ୍ୟ ୭ଟି ଭୂତ ଆଣି ନନାଙ୍କ ଦେହରେ ଲଗାଇବାର ପ୍ରଯତ୍ନ କରୁଛି । ବଡଚଣା ବାସୀ କେବଳ ଡାହାଣୀ ଗୁଣିଆଙ୍କ ଅଭିନୟ ଝଡାପୁଙ୍କା ଦେଖିବାକୁ ଉକôଣ୍ଠା ଚିତରେ ବସିରହିଛନ୍ତି । ହା… ହା…. ହା….

Related Posts

About The Author

Add Comment