ସୁନ୍ଦରଗଡ ତା:୩୦/୮/୨୦୨୧ (ସନ୍ଧାନ ନିଉଜ / ରାଜୁ ପଟେଲ ) ଭାରତ ସରକାରଙ୍କ କୃଷି ଓ କୃଷକ ଜଲ୍ୟାଣ ବିଭାଗ ଦ୍ଵାରା ଦ୍ରବ୍ୟର ବଜାରିକରଣ ପାଇଁ କୃଷକ ବ୍ୟବସାଇଓ ପରିବହନ କାରୀଙ୍କ ସକାଶେ ଏକ ସ୍ୱତନ୍ତ୍ର ମୋବାଇଲ ଆପର ବ୍ୟବସ୍ଥା କରାଯାଇଥିବା ବେଳେ ଏହାର ସଚେତନତା ପାଇଁ ଏକ କିଷାନ ରଥ ମୋବାଇଲ ଆପ ଗ୍ରାମାଞ୍ଚଳରେ ପରିକ୍ରମା କରିବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ରଥକୁ ସୁନ୍ଦରଗଡ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଗତ ଶନିବାର ଦିନ ଶୁଭାରମ୍ଭ କରିଛନ୍ତି । ଏହି ରଥ ସବଡେଗା ବ୍ଲକ ସମେତ ଲେଫ୍ରିପଡା, ଟାଙ୍ଗରପାଲି,ହିମଗିର,ବାଲିସଙ୍କରା, ବଡ଼ ଗାଁ, କୁତ୍ରା, ସଦର ଓ ରାଜଗାଙ୍ଗପୁର ବ୍ଲକର ଗ୍ରାମାଞ୍ଚଳ କୁ ପରିକ୍ରମା କରି କୃଷକ ଓ କୃଷି ସହିତ ବ୍ୟବସାଇ ମାନକୁ ପାଞ୍ଜିକୃତକରି ସଚେତନ କରାଇବ । କୃଷକ ଉତ୍ପାଦିତ ଦ୍ରବ୍ୟ କୃଷି ଫାର୍ମ ତଥା ମଣ୍ଡିକୁ
ପରିବହନ ବ୍ୟବସ୍ଥା ସହିତ ଚାଷୀ ସଂଗଠନ ଓ ଆରଏମସି ମଧ୍ୟରେ ଏହି ଆପ ମାଧ୍ୟମରେ ଯୋଗାଯୋଗ କରି ମଣ୍ଡି ମାନଙ୍କରେ ପରିବହନରେ ସହାୟକ ହେବ । ଦ୍ରବ୍ୟର ନଷ୍ଟ ତଥା ଅପଚୟ ହ୍ରାସ ସହିତ ଉଛିତ ମୂଲ୍ୟ କ୍ଷେତ୍ରରେ କିଷାନ ରଥ ବେଶ ସହାୟକ ହେବ ବୋଲି ଆରଏମସି ସମ୍ପାଦକ ବନମାଳୀ ନାଏକ ସୂଚନା ଦେଇନ୍ତି ।
ବଜାର ନିୟନ୍ତ୍ରଣ ପାଇଁ ମୋବାଇଲ ଆପ ଜରିଆରେ କିଷାନ ରଥର ଶୁଭାରମ୍ଭ
|
August 30, 2021 |
