ବଜରଙ୍ଗ ଦଳ ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ : ସାଧାରଣରେ ଉଚ୍ଚ ପ୍ରଶଂସା 

Spread the love

କଟକ, ୦୮/୦୯ (ସନ୍ଧାନ ନିଉଜ) ବଜରଙ୍ଗ ଦଳ,ଓଡ଼ିଶାର କଟକ ସଦର ବ୍ଲକ କିଶନନଗର ଶାଖା ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ  ରୋକିବାପାଇଁ କିଶନନଗର ତହସିଲ କାର୍ଯ୍ୟାଳୟ,ଥାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଦି ବିଭିନ୍ନ ଅଂଚଳର ବିଶୋଧନ କରାଯାଇଛି |ଦଳ ପକ୍ଷରୁଯୁବସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ୟାନ୍ୟ କର୍ମକର୍ତ୍ତା ସଂଯୋଜକ ଲକ୍ଷ୍ମୀ କାନ୍ତ ତ୍ରିପାଠୀ , ପବିତ୍ର ସାହୁ, ସଞ୍ଜୟ ସାହୁ, ଅମୁଲ୍ୟ ଦେବଦାସ,ବିକ୍ରମ ରାଉତ, ସଞ୍ଜୟ ବେହେରା, ସୁର୍ଯ୍ୟ କାନ୍ତ ବେହେରା, ଚନ୍ଦନ ବେହେରା ଆଦି ଉପସ୍ଥିତ ରହି ବିଶୋଧନ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି ! ଏହି କାର୍ଯ୍ୟକ୍ରମକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯିବାସହ ଜନସଚେତନତା ବୃଦ୍ଧି ପାଇଛି |

Related Posts

About The Author

Add Comment