ପୁରୀ,୨୭/୦୧/୨୦୧୨ (ସନ୍ଧାନ ନିଉଜ) ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଫେବୃଆରୀ ୧ରୁ ଶ୍ରିମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। କ୍ରମାଗତ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ମାସ ଆରମ୍ଭରେ, ଜାନୁଆରୀ ୧୦ ରୁ ୩୧ ପର୍ଯ୍ୟନ୍ତ ମନ୍ଦିର ବନ୍ଦ କରିଦେଇଥିଲା ଜିଲ୍ଲା ପ୍ରଶାସନ।
ପୁର୍ବପରି ରବିବାର ଦର୍ଶନ ବନ୍ଦ ରହିବ।ପଶ୍ଚିମ ଦ୍ୱାର ଦେଇ ପୁରୀ ସହର ବାସୀ ମନ୍ଦିରକୁ ପ୍ରବେଶ କରିପାରିବେ ଏବଂ ଅନ୍ୟମାନେ ପୁର୍ବ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ। ଆଜି ଅପରାହ୍ନରେ ଛତିସା ନିଜୋଗର ଏକ ଭର୍ଚୁଆଲ୍ ବୈଠକରେ ଏହି ନିଷ୍ପତି ହୋଇଛି। ଏହି ବୈଠକରେ ଜିଲ୍ଲାପାଳ ଏବଂ ମନ୍ଦିରର ସେବାୟତ, ଭକ୍ତ ଏବଂ ସମ୍ପୃକ୍ତ ସମସ୍ତଙ୍କ ପାଇଁ ନୂତନ କରୋନା ନିର୍ଦ୍ଦେଶାବଳୀ ଉପରେ ଆଲୋଚନା କରିଥିଲେ।
ଏହାପୂର୍ବରୁ ଗତକାଲି ଏଠାରେ ସ୍ୱର୍ଗଦ୍ୱାରରେ ଅନ୍ୟ ଜିଲ୍ଲା ତଥା ରାଜ୍ୟରୁ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଳନ ଉପରେ ଜିଲ୍ଲା ପ୍ରଶାସନ ଯେଉଁ ପ୍ରତିବନ୍ଧକ ଲଗାଇଥିଲା ତାହା ପ୍ରତ୍ୟାହାର କରିନେଇଛି। ଏହା ମଧ୍ୟ ସମୁଦ୍ରରେ ପାଉଁଶ ପକାଇବା ଉପରେ ପ୍ରତିବନ୍ଧକକୁ ହଟାଇଥିଲା।