ପ୍ରେମ ପାଇଁ ଭଉଣୀ ଗୁପ୍ତାଙ୍ଗରେ ଭାଇ ଗୁଳି ଫୁଟାଇଲା

ନୂଆଦିଲ୍ଲୀ ୧୮/୦୨ (ସନ୍ଧାନ ନିୟୁଜ): ଉତ୍ତରପ୍ରଦେଶ ମେରଠର ସରଧାନା ଥାନା ଅଞ୍ଚଳସ୍ଥ ଗାଢ଼ି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକର ପ୍ରେମରେ ଭଉଣୀ ପଡିଯାଇଥିବାରୁ ଭାଇ ତା’ର ଗୁପ୍ତାଙ୍ଗରେ ଗୁଳି ଫୁଟାଇ ଦେଇଛି। ଫଳରେ ଭଉଣୀର ହୋଇଛି ମୃତ୍ୟୁ।

ଖବର ଅନୁଯାୟୀ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଭଉଣୀ ଜଣେ ଯୁବକର ପ୍ରେମରେ ପଡ଼ି ଯାଇଥିଲେ। ପରିବାରଲୋକ ଏ କଥା ଜାଣିବା ପରେ ତାଙ୍କୁ ଏଥିରୁ ନିବୃତ୍ତ ରହିବାକୁ କହିଥିଲେ। କିନ୍ତୁ ଝିଅ ପରିବାରଲୋକଙ୍କ କୌଣସି କଥା ନଶୁଣି ବାରମ୍ବାର ପ୍ରେମିକ ସହିତ ମିଳାମିଶା କରୁଥିଲେ। ଭଉଣୀର ଏଭଳି ସମ୍ପର୍କ ବିଷୟରେ ଭାଇ ଖବର ପାଇ ରାଗିଯିବା ସହିତ ନିଜ ଉପରୁ ନିୟନ୍ତ୍ରଣ ହରାଇ ଭଉଣୀ ଗୁପ୍ତାଙ୍ଗକୁ ଗୁଳି ଚଳାଇ ହତ୍ୟା କରିଥିଲା।

Related Posts

About The Author

Add Comment