ପ୍ରେମ ନିବେଦନ କରି ଯୁବକ ଜେଲଗଲେ

Spread the love

ଯାଜପୁର ସଦର, ୨୦.୭.୨୩//ସନ୍ଧାନ ନ୍ୟୁଜ: ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ କାକୁଡ଼ିକୁଦ ନିଳକଣ୍ଠପୁର ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଚି । ଛାତ୍ରୀକୁ ପ୍ରେମ ନିବେଦନ କରି ଯୁବକ ଜେଲଯିବା ଘଟଣା ଝାଟପଡ଼ା ପଂଚାୟତରେ ଚହଳ ପକାଇଚି । ଘଟଣାରୁ ପ୍ରକାଶ ଯେ, ଝାଲପଡ଼ା ପଂଚାୟତ କାକୁଡ଼ିକୁଦ ନିଳକଣ୍ଠପୁର ଗ୍ରାମର ହତାସିଆ ପ୍ରେମିକ ସଂଗ୍ରାମ କୁମାର ପତି ସେହି ଗ୍ରାମର ଏକ ନାବାଳିକାକୁ ପ୍ରେମ ନିବେଦନ କରି ବିଫଳ ହେବାରୁ ନାବାଳିକା ଫଟୋକୁ ଭାଇରାଲ କରିଦେବା ପାଇଁ ଧମକ ଦେଇଥିଲେ । ନାବାଳିକା ପରିବାର ପକ୍ଷରୁ ବ୍ରହ୍ମବରଦା ଥାନାରେ ଏତଲା କରାଯିବା ପରେ ବ୍ରହ୍ମବରଦା ଥାନା ସବଇନିସ୍ପେକଟର ବିଭୁତି ଭୁଷଣ ପାତ୍ର ହତାସିଆ ପ୍ରେମିକ ସଂଗ୍ରାମକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ପକ୍ଷରୁ ଜଣାଯାଇଚି ।

Related Posts

About The Author

Add Comment