ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Spread the love
  •  
  •  
  •  
  •  
  •  

ରାଇରଙ୍ଗପୁର, ୧୩.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ଗଛରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବହଳଦା ଥାନା କାଙ୍କି ଗ୍ରାମ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଗଛରେ ହାତ ବନ୍ଧା ଅବସ୍ଥାରେ ଯୁବକ-ଯୁବତୀଙ୍କ ମୃତଦେହ ଝୁଲୁଥିବା ଦେଖି କେହି ଜଣେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଆସି ତଦନ୍ତ ଆରମ୍ଭ କରିବା ସହିତ ସାଇଣ୍ଟିଫିକ୍ ଦଳ ଆସୁଥିବା ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ, ଯୁବକ-ଯୁବତୀ ପରସ୍ପରକୁ ଭଲ ପାଉଥିଲେ ଓ ୧୫ ଦିନ ପୂର୍ବରୁ କୁଆଡେ ପଳାଇଥିଲେ । ଦୁଇ ପରିବାର ପକ୍ଷରୁ ସହମତି ପରେ ସେମାନଙ୍କ ବାହାଘର ଠିକ୍ ହୋଇଥିଲା । ଖବର ପାଇଲା ପରେ ସେମାନେ ଦୁଇ ଦିନ ତଳେ ଘରକୁ ଫେରିଥିଲେ । କିନ୍ତୁ ମଙ୍ଗଳବାର ଗଛରେ ଦୁଇ ଜଣଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ତେବେ ଦୁଇ ପରିବାରର ସ୍ବୀକୃତି ପରେ ବି ଆତ୍ମହତ୍ୟା କରିବା ହାତ ରଶିରେ ବନ୍ଧା ହୋଇଥିବା ଆଦି ଦିଗକୁ ନେଇ  ପୋଲିସ ତଦନ୍ତ ଆରମ୍ଭ କରିଛି ।

Related Posts

About The Author

Add Comment