ପ୍ରହାରର ସଫଳ ପରୀକ୍ଷଣ, ଟାର୍ଗେଟକୁ ଖୋଜି ନଷ୍ଟ କରିବ
ପ୍ରହାରର ସଫଳ ପରୀକ୍ଷଣ, ଟାର୍ଗେଟକୁ ଖୋଜି ନଷ୍ଟ କରିବ
Manas Kumar Rout |
September 20, 2018 |
ଭୁବନେଶ୍ୱର୨୦/୯ (ସନ୍ଧାନ ନିୟୁଜ) ରାଜ୍ୟରେ ଆଜି ପ୍ରବଳ ବର୍ଷା ଚାଲିଥିବାବେଳେ ଡିଆରଡିଓ ପକ୍ଷରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏକ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ ମିସାଇଲ ‘ପ୍ରହାର’ର ସଫଳ ପରୀକ୍ଷଣ କରାଯାଇଛି । ଏହାକୁ ଚାନ୍ଦିପୁରସ୍ଥିତ ଆଇଟିଆରର ୩ ନମ୍ବର ଲଞ୍ଚିଂ ପ୍ୟାଡରୁ ଏକ ମୋବାଇଲ ଲଞ୍ଚ ପ୍ୟାଡରୁ ନିକ୍ଷେପ କରାଯାଇଥିଲା ଓ କ୍ଷେପଣାସ୍ତ୍ରଟି ନିର୍ଭୁଲ ଭାବେ ନିଜର ଲକ୍ଷ୍ୟ ଭେଦ କରିଥିଲା । ପ୍ରାୟ ୧୫୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ରଖୁଥିବା ଏହି ପ୍ରହାର ମିସାଇଲ ପରୀକ୍ଷାର ସବୁ ମାନଦଣ୍ଡକୁ ପୂରଣ କରିଥିଲା ବୋଲି ଡିଆରଡିଓ ପକ୍ଷରୁ କୁହାଯାିଛି । ଏଥିରେ ଅତ୍ୟାଧୁନିକ ନାଭିଗେସନ,ଗାଇଡାନ୍ସ ଓ ଇଲେକ୍ଟୋମେକାନିକାଲ ଆକଚୁଏସନ ସିଷ୍ଟମ ରହିଛି । ଏକ କମ୍ପ୍ୟୁଟର ଦ୍ୱାରା ଏହାକୁ ନିୟନ୍ତ୍ରଣ କରିହେବ । କ୍ଷେପଣାସ୍ତ୍ରଟି ଲଞ୍ଚ ପ୍ୟାଡରୁ ନିକ୍ଷେପ ହେବା ପରେ ଉପରକୁ ଉଠିଥିଲା ଓ ଏହା ପରେ ନିଜର ଟାର୍ଗେଟକୁ ଖୋଜି ସେହି ଦିଗରେ ଯାଇଥିଲା । ମାତ୍ର ୧୦ ମିନିଟ ମଧ୍ୟରେ ଏହା ନିଜର ସର୍ବୋଚ୍ଚ ବେଗ ହାସଲ କରିନେଇଥିଲା ।
Related Posts
About The Author