ପ୍ରଶାସନ ତରଫରୁ ମାସ୍କ ଚେକିଙ୍ଗ ଜୋରଦାର

Spread the love

ରାଜଗାଙ୍ଗପୁର, ୨୪/୦୪/୨୦ (ସନ୍ଧାନ ନିଉଜ) :  ରାଜଗାଙ୍ଗପୁର ପ୍ରଶାସନ ତରଫରୁ ଆଜି ପୌରପାଳିକା ଏବଂ ଆଖପାଖ ଅଞ୍ଚଳରେ ମାସ୍କ ଚେକିଙ୍ଗ ଜୋରଦାର କରାଯାଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ଘରୁ ବାହାରିଲେ ମାସ୍କ ଲଗାଇବା ସହ ସର୍ବ ସାଧାରଣ ଜାଗାରେ ପାନ ବା ଗୁଟଖା ଛେପ ନ ପକାଇବା ନେଇ ନେର୍ଦେଶ ଜାରି କରିଥିବା ବେଳେ ଯିଏ ସରକାରଙ୍କ ନିର୍ଦେଶ ପାଳନ କରୁ ନାହାନ୍ତି ତାଙ୍କ ଠାରୁ ଜରିମାନା ଆଦାୟ କରିବାକୁ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।ରାଜଗାଙ୍ଗପୁର ତହସିଲଦାର ରୀନା କୁମାରୀ ନାଏକଙ୍କ ତ୍ତତ୍ୟବଧାନରେ ପୋଲିସ ପ୍ରଶାସନ ମିଳିତ ଭାବରେ ସହରର ବସ ଷ୍ଟାଣ୍ଡ, ସୁବାଷ ଛକ , ନାୟର ଛକ , ରାଣୀବନ୍ଧ ସହ କାଂଶବାହାଲ ପ୍ରଭୁତି ଅଞ୍ଚଳରେ ବ୍ୟାପକ ଚେକିଙ୍ଗ କରାଯାଇଥିଲା । ତହସିଲଦାର ଲୋକଙ୍କୁ ମାସ୍କ ପିନ୍ଧିବା ନେଇ ସଚେତନ କରିବା ସହ ମାସ୍କ ପିନ୍ଧି ନଥିବାରୁ ନିୟମ ଭାଙ୍ଗିବା ଯୋଗୁ ୧୦୦ ରୁ ୨୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିବା ସହ ତାଙ୍କୁ ମାସ୍କ ପ୍ରଦାନ କରିଥିଲେ । ଆଜି ଗୋଟିଏ ଦିନରେ ୪୮୦୦ ଟଙ୍କା ଆଦାୟ କରାଯାଇଥିଲା । 

Related Posts

About The Author

Add Comment