ପ୍ରମୋଦ ପତି ଫାଉଣ୍ଡେସନ ଆନୁକୂଲ୍ୟରେ ଜାତୀୟ ସାମ୍ବାଦିକ ଦିବସ ପାଳିତ |

Spread the love

ଯାଜପୁର :୧୭/୧୧/୨୬ (ସନ୍ଧାନ ନ୍ୟୁଜ)  :ଓଡ଼ିଶାର ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଏସ ଏସ ପ୍ୟାଲେସରର ପ୍ରସମୋଦ ପତି ଫାଉଣ୍ଡେସନ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି |ଉକ୍ତ ଦିବସରେ ଶିକ୍ଷକ, ସାମ୍ବାଦିକ, ଅଧ୍ୟାପକ, ଲେଖକ, ବିଶିଷ୍ଟ ବ୍ୟକ୍ତି, ବୟସ୍କ ବ୍ୟକ୍ତି, ଛାତ୍ର ଛାତ୍ରୀମାନଙ୍କୁ ମାନ ପାତ୍ର, ଉତ୍ତତୀୟ, ଅବ୍ଦଦୁଲ କାଲାମଙ୍କ ଫଟୋ, ପୁଷ୍ପ ଗୁଚ୍ଛ, ଡ଼ାଇରୀ ପ୍ରଦାନ କରାଯାଇଥିଲା | ବ୍ରହ୍ମବରଦା ୧୬/୧୧ (ଇମିସ) ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ, ଏହା ଜନସାଧାରଣଙ୍କ ସ୍ୱରକୁ ଶାଣିତ କରିବା ସହ ସମାଜ ପ୍ରତି ଏକ ନୈତିକ ଦାୟିତ୍ୱ ବୋଲି  ଆଜି ଅପରାହ୍ନରେ  ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତ ସ୍ଥିତ ଏସ୍‌ଏସ୍‌ ପ୍ୟାଲେସ୍‌ ପ୍ରାଙ୍ଗଣରେ ଜାତୀୟ ସାମ୍ବାଦିକ ଦିବସ ପାଳନ ହୋଇଯାଇଛି । ପ୍ରମୋଦ ପତି ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର  ସାଧାରଣ ସମ୍ପାଦକ ଅମିୟ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ପ୍ରଗତିବାଦୀ’ ଖବରକାଗଜର ଜିଲ୍ଲା ପ୍ରତିନିଧି କୈଳାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ଶିକ୍ଷାବିତ୍‌ ପବିତ୍ର ମୋହନ ମାହାଲା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ବାଦ ଖବରକାଗଜର ଜିଲ୍ଲା ପ୍ରତିନିଧି ମନୋଜ ରାଉଳ,ସୂର୍ୟ୍ୟପ୍ରଭା ଜିଲ୍ଲା ପ୍ରତିନିଧି ଶରତ ପୋଥାଳ,ସମାଜର ଜିଲ୍ଲା ପ୍ରତିନିଧି ରଙ୍ଗବଲ୍ଲଭ ସାହୁ, ସକା’ର ଜିଲ୍ଲା ପ୍ରତିନିଧି ସନ୍ଦୀପ ରାୟ,ନିର୍ଭୟ ସୂଚନାର ଜିଲ୍ଲା ପ୍ରତିନିଧି ଶୁଭକାନ୍ତ ନାୟକ, ବ୍ରହ୍ମବରଦା ସରପଞ୍ଚ ମମତା ଶୁଭଦର୍ଶିନୀ ଦେଓ, ସାମାଜିକ କର୍ମୀ ମଣ୍ଟୁ ଦାସ ଓ ଫାଉଣ୍ଡେସନ୍‌ର ସଚିବ ଦିବ୍ୟଜ୍ୟୋତି ପତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକତା ଏକ ବୃତି ନା ଜନସେବାର ନୈତିକ ଦାୟିତ୍ୱ ଉପରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ବ୍ରହ୍ମବରଦା ଅଞ୍ଚଳର ସାମ୍ବାଦିକ, ସାମାଜିକ କର୍ମୀ, କୃତୀ ଛାତ୍ରଛାତ୍ରୀ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଆଜିର ଜାତୀୟ ଗଣମାଧ୍ୟମ ଦିବସ ଅବସରରେ ପ୍ରମୋଦ ପତି ଫାଉଣ୍ଡେସନ ତରଫରୁ ସାମ୍ବାଦିକମାନଙ୍କ ପାଇଁ ଯେଉଁ ପ୍ରୟାସ କରିଛନ୍ତି ଓଡ଼ିଶାର ସାରା ଯାଜପୁର ଜିଲ୍ଲାରେ ସ୍ବର୍ଣ୍ଣ ଅକ୍ଷରରେ ଲିପି ବଦ୍ଧ ହୋଇ ରହିବ |ପ୍ରମୋଦ ପତି ଫାଉଣ୍ଡେସନର ଚିଫ ଦିବ୍ୟଜ୍ୟୋତି ପତି ଆଜିର ଯୁଗରେ ସମାଜର ଅବହେଳିତ, ନିଶଷ୍ପେସିତ ଗରିବ, ଦିବ୍ୟାଙ୍ଗ, ଅନାଥ,ବିଧବା, ନିରାଶ୍ରୟ ଜନସାଧାରଣଙ୍କୁ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରତିଶୃତି ବଦ୍ଧ ହୋଇଛନ୍ତି |

Related Posts

About The Author

Add Comment