ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ଶାହ

ଭୁବନେଶ୍ୱର  ୨୮/୦୨ (ସନ୍ଧାନ ନିୟୁଜ): ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।  ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ପ୍ରହ୍ଲାଦ ସିଂ ପଟେଲ, ସମ୍ବିତ ପାତ୍ର ପ୍ରମୁଖ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ।

ଆଜି ଓଡ଼ିଶାରେ ଶାହଙ୍କ ଦ୍ୱିତୀୟ ଦିନ । ତେବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶାହ ମନ୍ଦିରରେ ପ୍ରବେଶ କରି ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ସକାଳୁ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଭୁବନେଶ୍ୱରରେ ପହଞ୍ଚି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ଶାହଙ୍କ ରାଜ୍ୟ ବିଜେପିର ଅନେକ ବରିଷ୍ଠ ନେତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହା ପରେ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲର ଶୂଭ ଉଦ୍‌ଘାଟନ କରି ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ।

Related Posts

About The Author

Add Comment