ଭୁବନେଶ୍ୱର, ୦୪/୦୭ (ସନ୍ଧାନ ନିଉଜ) ପ୍ରବାଶୀ ଓଡ଼ିଆ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ମୁହାଁଣ ସାହିତ୍ୟ ସଂସଦ,ମୁମ୍ବାଇ,ଆମ ଓଡ଼ିଆ ସମାଜ ଫାଉଣ୍ଡେସନ,ମୁମ୍ବାଇ,ସରସ୍ୱତୀ କଳା ପରିଷଦ,କନ୍ଦରପୁର,କଟକର ଉପଦେଷ୍ଟା ଭାବରେ ସମାଜସେବା, ସାହିତ୍ୟ ସଂକୃତିର ଜୟଗାନ କରୁଥିବା ବିଶିଷ୍ଟ ସମାଜସେବୀ, ସାହିତ୍ୟିକ ତଥା ସର୍ବୋପରି ଜଣେ ଦରଦୀ ମଣିଷ ବାବି ପ୍ରସାଦ ଦାସ ବିଭିନ୍ନ ସେଵାକାର୍ଯ୍ୟ,ଖ୍ୟାଦ୍ୟ ବଣ୍ଟନ ମାଧ୍ୟମରେ ନିଜର ୨୭ତମ ବିବାହ ବର୍ଷିକ ପାଳନକରି ଆମପାଇଁ ଉଦାହରଣ ପାଲଟିଛନ୍ତି ! କରୋନା ଲକଡାଉନ ସମୟରେ ବିଭିନ୍ନ ଅନୁଷ୍ଠାନସହ ମିଶି ମୁମ୍ବାଇରେ ଥିବା ପ୍ରବାଶୀ ଓଡ଼ିଆ ମାନଙ୍କୁ ଖାଦ୍ୟ ଯୋଗାଇବା,ସାମାଜିକ ଗଣମାଧ୍ୟମ ମାନଙ୍କରେ ସଚେତନତାର ବାର୍ତା ପ୍ରଦାନ କରିବା ନିଜ ଜନ୍ମମାଟି ଯାଜପୁର ଜିଲ୍ଲା ତଥା ସାରା ରାଜ୍ୟପାଇଁ ଆଣିଛନ୍ତି ଗର୍ଵ ଆଉ ଗୌରବ ! କର୍ମଭାବନାର ଏହି ସାଧକ ଜଣକ ଗ୍ରାମାଞ୍ଚଳର ବହୁ ଲୋକମାନଙ୍କୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ କର୍ମନିଯୁକ୍ତି ଦେବାସହ ଆତ୍ମନିର୍ଭରଶୀଳ କରାଇଛନ୍ତି ଏବଂ ମୁମ୍ବାଇ ମହାନଗରୀରେ ପୂଜ୍ୟ ଶ୍ରୀ କୁମାର ଭାଇଙ୍କ ଶୋଭନୀୟତାର ସୁବାର୍ତା ପ୍ରଚାର କରି ନବଯୁଗ ନିର୍ମାଣର ସ୍ରଷ୍ଟା ହୋଇପାରିଛନ୍ତି !ଶ୍ରୀଯୁକ୍ତ ଦାସ ଏହି ବିବାହ ବାର୍ଷିକ ଉପରେ ମତରଖି କୁହନ୍ତି ତାଙ୍କ ଧର୍ମପତ୍ନୀ ସୁଗୃହିଣୀ ସ୍ଵପ୍ନାରାଣୀ ଦାସଙ୍କ ପ୍ରେରଣା,କଠିନ ପରିଶ୍ରମ,ସମାଜପାଇଁ କିଛି ଭଲକାମ କରିବାର ସଂକଳ୍ପ,ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ଏହି ସେଵା,ସାହିତ୍ୟ, ସଂକୃତିର ବିକାଶ କ୍ଷେତ୍ରରେ ଆଗେଇ ନେଇଛି ! ଏହି ଉଦାର ବ୍ୟକିତ୍ଵଙ୍କୁ ବିବାହ ବାର୍ଷିକରେ ଶୁଭକାମନା ଜଣାଇବାସହ ତାଙ୍କ ମହତ ଚିନ୍ତାଧାରାକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି !
ପ୍ରବାଶୀ ଓଡ଼ିଆ ସମାଜସେବୀ ବାବି ପ୍ରସାଦ ଦାସ ନିଆରା ଢଙ୍ଗରେ ପାଳିଲେ ୨୭ତମ ବିବାହ ବାର୍ଷିକ : ସାଧାରଣରେ ଉଚ୍ଚ ପ୍ରସଂଶା !
|
July 4, 2020 |
