ପ୍ରଧାନମନ୍ତ୍ରୀଙ୍କ ଭାଷଣ ବେଳେ ଭାଙ୍ଗିଲା ଟେଣ୍ଟ; ଭାଷଣ ବନ୍ଦ କରି ଆହତଙ୍କୁ ଉଦ୍ଧାର ପାଇଁ ଏସ୍‌ପିଜି କର୍ମୀଙ୍କୁ ନିର୍ଦ୍ଦେଶ ଦେବା ସହ ମୋଦି ପହଞ୍ଚିଲେ ହସ୍‌ପିଟାଲରେ

Spread the love

ମିଦନାପୁର 16/7(ସନ୍ଧାନ ନିୟୁଜ): ପଶ୍ଚିମବଙ୍ଗର ମିଦନାପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭା ସମୟରେ ଏକ ଅଘଟଣ ଘଟିଛି। ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ସମୟରେ ସଭାମଞ୍ଚର ଟେଣ୍ଟର ଏକ ବଡ଼ ଅଂଶ ଭାଙ୍ଗି ପଡ଼ିବା ହେତୁ ୨୦ଜଣ ଆହତ ହୋଇଥିବା ଖବର ମିଳିଛି। ମିଦନାପୁରରେ ଆୟୋଜିତ କିଷନ୍‌ କଲ୍ୟାଣ ରାଲିରେ ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ବେଳେ ହଠାତ ଟେଣ୍ଟ ଭାଙ୍ଗି ପଡ଼ିଥିଲା। ପ୍ରଧାନମନ୍ତ୍ରୀ ସଙ୍ଗେସଙ୍ଗେ ଭାଷଣ ବନ୍ଦ କରି ତାଙ୍କର ସୁରକ୍ଷାରେ ନିୟୋଜିତ ଥିବା ଏସ୍‌ପିଜି କର୍ମୀଙ୍କୁ ଘଟଣାସ୍ଥଳକୁ ଯାଇ ଆହତମାନଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଆହତମାନଙ୍କୁ ଭେଟିବାକୁ ସ୍ଥାନୀୟ ହସ୍ପିଟାଲକୁ ଯାଇଥିଲେ। କର୍ତ୍ତୃପକ୍ଷଙ୍କୁ ଭେଟି ଲୋକମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ମମତାଙ୍କୁ କଡ଼ା ସମାଲୋଚନା କରିବାକୁ ପଛାଇ ନଥିଲେ ମୋଦି। ସେ କୃଷ୍ଣଙ୍କ ରାଲିରେ ଭାଷଣ ଦେଇ କହିଥିଲେ ଯେ ପଶ୍ଚିମବଙ୍ଗରେ ‘ରାଜନୈତିକ ସିଣ୍ଡିକେଟ’ ସବୁ ପ୍ରକାର ନିଷ୍ପତ୍ତ ନେଉଥିବା ଯୋଗୁଁ ବିକାଶ ହୋଇପାରୁ ନାହିଁ। ଏକ ବିରାଟ ଇତିହାସ ଥିବା ପଶ୍ଚିମବଙ୍ଗ ଏହି ସିଣ୍ଡିକେଟ ରାଜ ଯୋଗୁଁ ଅଗ୍ର୍ରଗତି କରିପାରୁ ନାହିଁ। ଚାଷୀମାନଙ୍କ ଫସଲ ବିକ୍ରିଠାରୁ ଆରମ୍ଭ କରି କଲେଜରେ ନାମ ଲେଖା ବ୍ୟବସାୟିକ କାରବାର ସବୁ କ୍ଷେତ୍ରରେ ‘ସିଣ୍ଡିକେଟ୍‌’ ନିଷ୍ପତ୍ତି କରୁଛି। ତ୍ରିପୁରାରେ ଯେମିତି ଲୋକେ ସରକାର ବଦଳାଇ ଦେଲେ ଠିକ୍‌ ସେମିତି ପଶ୍ଚିମବଙ୍ଗରେ ଲୋକେ ସରକାର ବଦଳାଇ ବିକାଶ ଆଣନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ଵାନ୍‌ କରିଥିଲେ।

 

Related Posts

About The Author

Add Comment