ଭଦ୍ରକ 15/୭ (ସନ୍ଧାନ ନିଉଜ) ପ୍ରେମିକାଙ୍କୁ ପ୍ରେମିକ ଅପହରଣ କରିଥିବା ଅଭିଯୋଗରେ ପ୍ରେମିକଙ୍କ ସାଙ୍ଗଙ୍କୁ ଖାକି ପୋଷାକର ଦାଦାଗିରି. ଗୁରୁତର ଯୁବକ ଏବେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି. ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଅରେଇକଣା ଅଞ୍ଚଳରୁ. ସୂଚନା ଅନୁଯାୟୀ ଅରେଇକଣା ଗାଁର ସଞ୍ଜୟ ସାହୁ ନାମକ ଯୁବକ ତାଙ୍କ ସାଙ୍ଗ ଯାଜପୁର ଜିଲ୍ଲା ଅନ୍ତର୍ଗତ ବିଂଝାରପୁର ଥାନା ଅଞ୍ଚଳର ଜୈନିକ ନାବାଳିକାଙ୍କୁ ଭଲ ପାଉଥିଲେ. ଉଭୟଙ୍କ ପରିବାର ଲୋକେ ଏହାକୁ ବିରୋଧ କରୁଥିବାରୁ ପ୍ରେମିକ ପ୍ରେମିକାଙ୍କୁ ଅପହରଣ କରି ନେଇଥିଲା. ବିଂଝାରପୁର ପୋଲିସ ଫୋନ ଟ୍ରାକିଂ କରି ସମ୍ପୃକ୍ତ ନାବାଳିକା ଓ ଯୁବକଙ୍କ ସହ ଫୋନ ଯୋଗେ କଥା ବାର୍ତ୍ତା ହେବାର ସୂଚନା ମିଳିଥିଲା . ଏହି ସୂଚନାକୁ ଆଧାର କରି ଭଣ୍ଡାରିପୋଖରୀ ପୋଲିସ ସହାୟତାରେ ସଞ୍ଜୟଙ୍କୁ ବିଂଝାରପୁର ପୋଲିସ ଉଠାଇ ନେଇଥିଲା. ବିଂଝାରପୁର ଥାନାର ଜୈନିକ କନେଷ୍ଟେବଳ ତାଙ୍କୁ ଦୁଇଦିନ ଧରି ଲୁହା ପାଇପରେ ମାଡ଼ ମାରିବା ସହ ଶାରୀରିକ ନିର୍ଯ୍ୟାତନା ଦେବାପରେ ତାଙ୍କ ପାଖରେ ଥିବା ଟଙ୍କା ଏଟିଏମ କାର୍ଡ ଲୁଟିନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ.ସେହିପରି ଅବିଯୁକ୍ତ କନେଷ୍ଟେବଳ ଜଣକ ସଞ୍ଜୟଙ୍କୁ 10 ହଜାର ଟଙ୍କା କେଶ ରଫାଦଫା କରିବାକୁ ମାଗିଥିବାର ଅଭିଯୋଗ କୋରିଛନ୍ତି ସଂଜୟ. ଏବେ ଗୁରୁତର ଭାବେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ସଂଜୟ. ଏହି ଘଟଣାକୁ ନେଇ ସଞ୍ଜୟ ପୋଲିସର ଉପରିସ୍ଥ ଅଧିକାରୀଙ୍କ ପାଖରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି.
ପୋଲିସ ମାଡରେ ଯୁବକ ଗୁରୁତର
|
July 15, 2019 |