ପୁରୀ, ୧୧/୪ (ସନ୍ଧାନ ନିୟୁଜ) ଶ୍ରୀମନ୍ଦିର ଭିତରୁ ଲୁଟ୍ । ରାମ ମନ୍ଦିର ପଚପଟ କବାଟ କାଟି ମୂର୍ତ୍ତି ଚୋରି କରିବାରେ ବିଫଳ ହେବା ପରେ ହୁଣ୍ଡିଭାଙ୍ଗି ଟଙ୍କା ଲୁଟୁଲେ ଦୁବୃର୍ତ। ଗାରଦରେ ଅଭିଯୋଗ ପରେ ସିସି ଟିଭିକୁ ଯାଞ୍ଚ କରି ପୋଲିସ୍ ର ତଦନ୍ତ ଆରମ୍ଭ ହେବ। ଶ୍ରୀମନ୍ଦିର ସମ୍ବନ୍ଧରେ ଟିକିନିଖି ଜାଣିଥିବା ବ୍ୟକ୍ତିଙ୍କ ସଂମ୍ପୃକ୍ତି ଥିବା ପୋଲିସ୍ ସନ୍ଦେହ କରୁଥିବା ବେଳେ ଆବଶ୍ୟକ ସ୍ଥଳେ ଫରେନସିକ୍ ଟିମ୍ ର ସହାୟତା ନେବା ପାଇଁ ଏସ୍ ପି ଙ୍କ ସୂଚନା। ସେପଟେ ସୁରକ୍ଷା ବଳୟ ଭିତରେ ଥିବା ଶ୍ରୀମନ୍ଦିର ଚୋରୀ ହେବା ପରେ ଏବେ ପ୍ରଶାସନ। ଏବେ ପ୍ରଶାସନର ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ। ଶ୍ରୀମନ୍ଦିରର ଦକ୍ଷିଣ ପାଶ୍ୱରେ ଥିବା ରାମ ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିଲେ ଦୁର୍ବୁତ। ମନ୍ଦିର ପଛପଟ ଲୁହା କବାଟ କାଟି ମନ୍ଦିର ଭିତରକୁ ପ୍ରବେଶ କରିବା ପରେ ମାର୍ବଲରେ ନିର୍ମିତ ରାଧାକୃଷ୍ଣ ମୂର୍ତି ବି ଭାଙ୍ଗିଥିଲେ। ଛୋଯମୋଯ ପାଶ୍ୱ ଦେବାଦେବୀ ଏବଂ ଶାଳଗ୍ରମ ଏଣେତେଣେ ପଡିଥିବା ବେଳେ ସୀତାଙ୍କ ମୂର୍ତିକୁ ଚୋରି କରିବାରେ ବିଫଳ ହେବା ପରେ ହୁଣ୍ଡିକୁ କଳାକନା ବୁଲାଇ ଫେରାର୍ ହୋଇଛି ଦୁର୍ବୁତ। ଗତକାଲି ରାତ୍ର ୧୧ଟାରେ ମହାପ୍ରଭୁଙ୍କ ପହୁହ ହେବାପରେ ମୁଦୁଳି ସେବାୟତ ମୁଖ୍ୟ ଦ୍ୱାରକୁ ବନ୍ଦ କରିବା ପରେ ଶ୍ରୀମନ୍ଦିର ଭିତରେ ଥିବା ପାର୍ଶ୍ୱ ମନ୍ଦିର ସୁରକ୍ଷା ଦାୟିତ୍ୱ ପୋଲିସ୍ ଅଧିକାରୀଙ୍କ ଉପରେ ନ୍ୟସ୍ତ ଥିବା ବେଳେ, କିଭଳି ଏମିତି ଅଘଟଣ ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ। ଗତ ୪ ମାସ ତଳେ ଜଗମୋହନ ନିକଟ ହୁଣ୍ଡିକୁ ଭଙ୍ଗା ଅବସ୍ତାରେ ମୁକ୍ତିମଣ୍ଡପ ପଛପଟୁ ଉଦ୍ଧାର କରାଯାଇଥିବା ବେଳେ, ପୂଜାପଣ୍ଡା ନିଯୋଗ ହୁଣ୍ଡିକୁ ମଧ୍ୟ ଭଙ୍ଗାଯାଇଥିଲା। ତେବେ ଗତ କାଲି ରାତିର ଚୋରି ଘଟଣା ପରେ ଆଜି ତରବରିଆ ଭାବେ ଶ୍ରୀମନ୍ଦିର ୩ ଦ୍ୱାରରେ ପୁନଃ ମେଟାଲ ଡିଟେକ୍ଟର ଲଗାଇଛି ପୋଲିସ୍। ପ୍ରାଥମିକ ତଦନ୍ତରେ ମନ୍ଦିର ଛାତ ଉପରୁ କିଛି ଖୁଚୁରା ଟଙ୍କାକୁ ଜବତ କରିବା ସହ ସିସି ଟିଭି ଫୁଟେଜ୍ କୁ ଯାଞ୍ଚ କରୁଛି ପୋଲିସ୍। ତେବେ ସିସି ଟିଭି ଦୃଶ୍ୟରୁ କିଛି ବାରି ହେଉନଥିବାରୁ ଏଥିରେ ଶ୍ରୀ ମନ୍ଦିର ସମ୍ବନ୍ଧରେ ଜାଣିଥିବା ବ୍ୟକ୍ତିଙ୍କ ସଂମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଆବଶ୍ୟକ ପଡିଲେ ଫରେନ୍ସିକ୍ ଟିମ୍ ର ସହାୟତାରେ ଫିଙ୍ଗରପ୍ରିଣ୍ଟ ନେଇ ତଦନ୍ତକୁ ଆଗେଇବାକୁ ପାଇଁ କହିଛନ୍ତି ପୁରୀ ଏସ୍ ପି। ବାରମ୍ବାର ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ, ସାମାନ୍ୟ ହୁଣ୍ଡି ଚୋରି ଘଟଣା ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇଛି।
ପୁରୀ ଶ୍ରୀମନ୍ଦିର ଭିତରୁ ଲୁଟ୍ ! ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍, ମୂର୍ତ୍ତି ବି ଭାଙ୍ଗିଲେ
|
April 11, 2019 |
