ପୁରୀର ତିନି ରଥ: ଚାରି ନାହାକା କାର୍ଯ୍ୟ ଶେଷ, ତିନି ରଥର ଗୋଟିଏ ଲେଖା ଚକ କାର୍ଯ୍ୟ ବାକି
ପୁରୀର ତିନି ରଥ: ଚାରି ନାହାକା କାର୍ଯ୍ୟ ଶେଷ, ତିନି ରଥର ଗୋଟିଏ ଲେଖା ଚକ କାର୍ଯ୍ୟ ବାକି
Santosh Rout |
May 25, 2018 |
ପୁରୀ:୨୫/୫ (ସନ୍ଧାନ ନିୟୁଜ୍/ସନ୍ତୋଷ ରାଉତ) :
ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ୩୭ ଦିନ ପୁରିଲା। ବିଶ୍ୱକର୍ମା ମାନେ ମହାଂଟ ଓ ଚଉତି କାମକୁ ଅନ୍ତିମ ପର୍ଯ୍ୟାୟରେ ପହଂଚାଇଛନ୍ତି।ବୁଧବାର ଠାରୁ ଅଖହଣା କାର୍ଯ୍ୟ ଆରମ୍ଭ କରାଯାଇଛି। ତିନି ରଥ ତାଳଧ୍ୱଜ, ଦର୍ପଦଳନ, ଓ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମାମାନଙ୍କ ନେତୃତ୍ୱରେ ମହାରଣା ସେବାୟତମାନେ ଭୋଇ ସେବକମାନଙ୍କ ସହାୟତାରେ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଛନ୍ତି। ଚାରି ନାହାକା କାର୍ଯ୍ୟ ଶେଷ ହେବା ପରେ ଗତ ଦୁଇ ଦିନ ହେଲା ଗରଗରା କାଠ ହଣା କାର୍ଯ୍ୟ ଆରମ୍ଭ କରି ବୁଧବାର ଦିନ ଶେଷ ଅବସ୍ଥାରେ ପହଂଚିଛି।
ଅନ୍ୟପଟେ ତିନି ରଥ ପାଇଁ ୪୨ଟି ଚକ ଆବଶ୍ୟକ ରହିଥିବା ବେଳେ ତିନି ରଥର ଗୋଟିଏ ଲେଖା ଚକ କାର୍ଯ୍ୟ ବାକି ରହିଛି। ଏହା ସହିତ ସୁଭଦ୍ରାଙ୍କ ଦର୍ପଦଳନ ରଥର ଆଉ ଗୋଟିଏ ଚକ ବାକି ରହିଛିି। ଦର୍ପଦଳନ ରଥର ଆଉ ଗୋଟିଏ ଚକ ବାକି ରହିଛି। ଦର୍ପଦଳନ ରଥର ଗୋଟିଏ ଚକରେ ଫାଟ ଦେଖାଯିବାରୁ ଏହାକୁ ବଦଳାଇ ଦିଆଯାଇଥିଲା। ତେଣୁ ଏହା ବଦଳରେ ଆଉ ଏକ ଚକ ତିଆରି ହେବ। ଏଥି ପାଇଁ ସ୍ୱତନ୍ତ୍ର ଭାବେ ଏକ ତୁମ୍ବ ଅଣାଯାଇଛି। ଏଥିରେ ସଠିକ୍ ମାପରେ କାଟିବା ପରେ ସେଥିରେ ବିନ୍ଧି କରାଯିବ। ଏହା ପାଇଁ ଅର ମଧ୍ୟ ସଂଗ୍ରହ କରାଯାଉଛି। ବୁଧବାର ପାଗ ଅନୁକୂଳ ଯୋଗୁ ରଥଖଳା ବାହାରେ ନନ୍ଦିଘୋଷ ପାଇଁ ୮ଟି, ତାଳଧ୍ୱଜ ପାଇଁ ୭ଟି ଓ ଦର୍ପଦଳନ ପାଇଁ ୬ଟି ୪୦ଫୁଟିଆ ଅଖ କାଠକୁ ସାଇଜ କରି ହଣା ଯାଇଛି। ଗୁରୁବାର ପାଗକୁ ଦେଖି ହଣା କାର୍ଯ୍ୟ ତ୍ୱରାନିତ କରାଯିବ। ଅଖ କାର୍ଯ୍ୟ ସରିବା ପରେ ଦଣ୍ଡା ହଣା ଅନୁକୂଳ ହେବ ବୋଲି ଜଣା ପଡ଼ିଛି। ସେହି ପରି ତିନି ରଥ ପାଇଁ ମୋଟ ୪୪ଟି ଯୋଡ଼ାର ଆବଶ୍ୟକତା ରହିଛି। ନନ୍ଦିଘୋଷ ପାଇଁ ୧୬ଟି, ତାଳଧ୍ୱଜ ପାଇଁ ୧୬ଟି ଏବଂ ଦର୍ପଦଳନ ପାଇଁ ୧୨ଟିଯୋଡ଼ା ଆବଶ୍ୟକ ରହିଛି। ନନ୍ଦିଘୋଷ ପାଇଁ ୫ଟି ଯୋଡ଼ା ହଣାକାର୍ଯ୍ୟ ଶେଷ ହୋଇଛି।
Related Posts
About The Author