ପୁରସ୍ତମପୁର ହାଇସ୍କୁଲ କିରାଣୀ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ

Spread the love

ଯାଜପୁର ସଦର,୧୬ା୧୧: ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ଅନ୍ତର୍ଗତ କବିରପୁର ପୁରସ୍ତପୁର ହାଇସ୍କୁଲର କିରାଣୀ ମହେଶ୍ୱର ସାମଲ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ପେନସନ କାଗଜ ପତ୍ର କରାଇ ଦେବାକୁ ୭ହଜାର ଟଙ୍କା ଲାଞ୍ଚ ଦାବି କରିଥିବ ବେଳେ, ଅବସରପ୍ରାପ୍ତ ଶିକ୍ଷକ ୪ହଜାର ଟଙ୍କା ଦେଉଥିବା ଲାଞ୍ଚ ଶ୍ରୀ ସାମଲ ନେଉଥିବା ସମୟରେ ମହେଶ୍ୱର ସାମଲଙ୍କୁ ଯାଜପୁର ଭିଜିଲାନ୍ସ ଡିଏସପି ଶ୍ରୀ ଲାକ୍ରା ଟଙ୍କା ସହିତ ଶ୍ରୀ ସାମଲଙ୍କୁ ଗିରଫ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ କାଗଜପତ୍ର କରାଇବା ଲାଗି ଶିକ୍ଷକଙ୍ଗ ଠାରୁ ୭ହଜାର ଟଙ୍କା ଲାଞ୍ଚ ଦେବା ଲାଗି କହିଥିଲେ । ଯାହାକି ଅବସରପ୍ରାପ୍ତ ଶିକ୍ଷକ ଜଣକ ଯାଜପୁର ଭିଜିଲାନ୍ସକୁ ସୂଚନା ଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ୪ହଜାର ଟଙ୍କା କରିାଣୀ ମହେଶ୍ୱର ସାମଲଙ୍କୁ ଦେଉଥିବା ସମୟରେ ଯାଜପୁର ଭିଜିଲାନ୍ସ ବିଭାଗର ଡିଏସପି ଶ୍ରୀ ଲାକ୍ରା ୪ହଜାର ଟଙ୍କା ସହିତ ମହେଶ୍ୱର ସାମଲଙ୍କୁ ଗିରଫ କରି ତଦନ୍ତ କରୁଥିବା ଜଣାଯାଇଚି ।

Related Posts

About The Author

Add Comment