ରାଉରକେଲା, ୦୯/୧୧/୨୦ (ସନ୍ଧାନ ନିଉଜ) : ଦକ୍ଷିଣ ସାରନଗରୀରେ ରହୁଥିବା ସାମାଜିକ କର୍ମୀ ତଥା ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟର ପୂର୍ବତନ ସମ୍ପାଦକ ସ୍ୱର୍ଗତ ବୀରେନ ବାରିକ(ଅବନି)ଙ୍କୁ ତାଙ୍କ ପଂଚମ ପୁଣ୍ୟ ତିଥିରେ ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଜଂଳି ଅର୍ପଣ କରାଯାଇଛି । ଏହି ଅବସରରେ ଆଜି ସଂଧ୍ୟାରେ ଟ୍ରଷ୍ଟ କାର୍ଯ୍ୟାଳୟରେ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଏକ ଶ୍ରଦ୍ଧାଜଂଳି ସଭାର ଆୟୋଜନ କରାଯାଇଥିଲା । ସ୍ୱର୍ଗତ ବୀରେନ ବାରିକଙ୍କ ଫଟୋ ଚିତ୍ରରେ ଟ୍ରଷ୍ଟର ସଦସ୍ୟ ଓ ଅନ୍ୟମାନେ ପ୍ରଦୀପ ପ୍ରଜ୍ଜଳନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରି ତାଙ୍କ ସ୍ମୃତିଚାରଣ କରିଥିଲେ । ନିଜର ଜୀବନୀ କାଳରେ ସାରନଗରୀ ଅଂଚଳର ବିିଭିନ୍ନ ବିକାଶମୂଳକ କାର୍ଯ୍ୟରେ ସେ ଜଣେ ସାମାଜିକ କର୍ମୀ ଭାବେ ନିଜ ଦାୟିତ୍ୱ ସୂଚାରୁରୂପେ ସମ୍ପାଦନ କରୁଥିଲେ ବୋଲି ଉପସ୍ଥିତ ବକ୍ତା ମାନେ ପ୍ରକାଶ କରିଥିଲେ । ସ୍ୱର୍ଗତଃ ବାରିକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶ୍ରଦ୍ଧାଜଂଳି ସଭାରେ ଟ୍ରଷ୍ଟର ସଭାପତି ଶିବଶଙ୍କର ନାୟକ, ନରେନ୍ଦ୍ର ମଲ୍ଲିକ, ସୁକନାଥ ବିଶୋଇ, ରାମଚନ୍ଦ୍ର ଗିରି, ସୁକାନ୍ତ ମହାନ୍ତି,ରାଧେଶ୍ୟାମ ଚିକଙ୍କ ସମେତ ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ ବେହେରା ଓ ଅଧ୍ୟାପକ ସୁନୀଲ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ, ଗତ ୨୦୧୫ ବର୍ଷ ନଭେମ୍ବର ୬ ତାରିଖରେ ଅନୁଗୁଳ ଜିଲା ଅନ୍ତର୍ଗତ ଖମାର ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବୀରେନ ବାରିକ ଶୋଚନୀୟ ଭାବେ ମୃତ୍ୟୁବରଣ କରିଥିଲେ । ମନେ ପଡ଼ନ୍ତି ସାମାଜିକ କର୍ମୀ ବୀରେନ
ପୁଣ୍ୟ ତିଥିରେ ମନେପଡ଼ିଲେ ସାମାଜିକ କର୍ମୀ ବୀରେନ ବାରିକ
|
November 9, 2020 |
