ଯାଜପୁରସଦର, :୨୬/୫/୨୬ (ସନ୍ଧାନ ନ୍ୟୁଜ ) ଦଶରଥପୁର ବ୍ଲକର ପ୍ରମୁଖ ବଜାର ମଙ୍ଗଳପୁର ବଜାରରେ ଦୀର୍ଘଦିନ ହେବ ଦୋକାନ କରିଥିବା ଗାୟତ୍ରୀ ସ୍ଟୁଡ଼ିଓର ମାଲିକ ଷ୍ଟିମର ପଣ୍ଡା (ସିଲୁ) ୪୨ ବର୍ଷର ମୃତ୍ୟୁ ଖବର ପାଇ ତାଙ୍କ ବାପା ରସାନନ୍ଦ ପଣ୍ଡା ୭0ବର୍ଷ ସଙ୍ଗେ ସଙ୍ଗେ ଆତ୍ମହତ୍ୟା କରିଛନ୍ତି| ସେ ତାଙ୍କ ଘର ପଛପଟେ ଥିବା ଏକ ଆମ୍ବ ଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି।ସିଲୁଙ୍କ ଘର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କନିକାପଡା ପଞ୍ଚାୟତସ୍ତ ମାନସିଂପାଟଣା ଗ୍ରାମରେ।ସୂଚନାରୁ ପ୍ରକାଶଜେ ଗତକାଲି ଶୁକ୍ରବାର ରାତିରେ ସିଲୁ ସ୍ଟୁଡ଼ିଓରେ କାର୍ଯ୍ୟ କରୁଥିବା ଯଶୋବନ୍ତ ବାରିକ (ବିକି) ନାମକ ଜଣେ ଯୁବକ କୌଣସି କାରଣରୁ ବିଷ ଖାଇଦେଇ ଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ମଙ୍ଗଳପୁର ମେଡିକାଲକୂ ନେଇ ଆସିଥିଲା।ବିକି ବିଷ ଖାଇବା ଖବର ପାଇ ସିଲୁ ସଙ୍ଗେ ସଙ୍ଗେ ମେଡିକାଲରେ ପହଞ୍ଚି ଡାକ୍ତରଙ୍କ ପରାମର୍ଶ ଅନୁସାରେ ବିକିଙ୍କୁ ପଟାସ ପାଣି ପିଆଉଥିଲେ। ବିକି ଯନ୍ତ୍ରଣାରେ ଛାଟି ପିଟି ହେଉଥିବା ସମୟରେ ବିକିର ଗୋଡ଼ଟି ଖୁବ ଜୋରରେ ସିଲୁର ବାମ ପଟ ଛାତିରେ ମାଡ଼ ବାଜିଥିଲା । ଏହାପରେ ସିଲୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ମାତ୍ର ସିଲୁ ଏହାକୁ ଗୁରୁତର ଶହ ନନେଇ ଘରକୁ ପଳାଇ ଆସିଥିଲେ | କିଛି ସମୟ ପରେ ସିଲୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ପରିବାର ଲୋକେ ମଙ୍ଗଳପୁର ମେଡିକାଲକୂ ପ୍ରାଥମିକ ଚିକିତ୍ସା ନିମନ୍ତେ ନେଇ ଆସିଥିଲେ | ମାତ୍ର ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ନିମନ୍ତେ ନିଆଯାଇ ଥିଲା । ସେଠାରେ ପହଞ୍ଚିବା ପରେ ଡାକ୍ତର ସିଲୁଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ବାପା ରସାନନ୍ଦ ଭାଙ୍ଗି ପଡ଼ିଥିଲେ। ଘର ନିକଟରେ ସ୍ଥାନୀୟ ପଡୋଶୀଙ୍କ ନିକଟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି କଥା ହେଉଥିବାବେଳେ ଭୋରୁ ଘର ନିକଟରେ ଥିବା ଏକ ଆମ୍ବ ଗଛରେ ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିଲେ। ଖବର ପାଇଁ ସ୍ଥାନୀୟ ଯୁବକ ମାନେ ରସାନନ୍ଦଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୂ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଉଭୟ ବାପା ଓ ପୁଅଙ୍କର ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ମର ଶରୀରକୁ ମାନସିଂହ ପାଟଣା ଗାଁକୂ ଅଣା ଯାଇଥିଲା | ମର ଶରୀର ଗାଁରେ ପହଞ୍ଚିବା ପରେ ପୁରା ଗାଁ ଶୋକାକୁଳ ହୋଇପଡ଼ିଥିଲା | ସିଲୁ ଓ ରସାନନ୍ଦଙ୍କ ଶେଷ ଦର୍ଶନ କରିବା ପାଇଁ ପୁରା ଗ୍ରାମବାସୀଙ୍କ ଭିଡ ଜମିଥିବା ବେଳେ ପାଖ ପଡ଼ୋଶୀ ଗ୍ରାମ ଓ ମଙ୍ଗଳପୁର ବଜାରର ଶହ ଶହ ଦୋକାନି ଭାଇ ମାନେ ଶେଷ ଦର୍ଶନ କରିଥିଲେ | ସିଲୁଙ୍କ ପତ୍ନୀ ଶେଷ ଦର୍ଶନ କରିବା ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଓ କୋହ ଦେଖିବା ପାଇଁ ମିଳିଥିଲା | ସିଲୁ ପ୍ରାୟ ୩ ବର୍ଷ ପୂର୍ବେ ବିବାହ କରିଥିବା ବେଳେ ତାଙ୍କର ଦେଢ଼ ବର୍ଷର ଏକ ପୁଅ ଅଛି |ଘରେ ତାଙ୍କର ୬୫ ବର୍ଷର ଶାଶୁଙ୍କ ଛଡା ଆଉ କେହି ନାହାଁନ୍ତି | ଏକ ମାତ୍ର ପୁଅର ମୃତ୍ୟୁ ପରେ ରୋଜଗାରିଆ ପୁଅକୁ ହରାଇ ମା ତାର ପୁଅର ଫେରିବା ବାଟକୁ ଚାହିଁ ବସିଥିବା ବେଳେ ସ୍ୱାମୀର ମୃତ୍ୟୁ ପରେ ପତ୍ନୀ ପୁରା ବେସାହାରା ହୋଇପଡିଥିବା ଦେଖିବା ପାଇଁ ମିଳିଛି | ସେହିପରି ନୂଆକରି ସଂସାର କରିଥିବା ସିଲୁର ପତ୍ନୀ ଏତେ କମ ବୟସରେ ସ୍ୱାମୀକୁ ହରାଇ ସାରା ଜୀବନ ଏକ ମାତ୍ର ପୁଅକୁ ନେଇ କିପରି ବଞ୍ଚିବ ସେ ମଧ୍ୟ ପୁରା ଭାଙ୍ଗି ପଟିଥିବା ଦେଖିବା ପାଇଁ ମିଳିଛି | ଶେଷରେ ଶୋକାକୁଳ ପରିସ୍ଥିତି ମଧ୍ୟରେ ଉଭୟ ମର ଶରୀରକୁ ଯାଜପୁର ଠାରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା | ବିଷ ପିଇଥିବା ବିକି ଏବେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି।
ପୁଅର ମୃତ୍ୟୁ ଖବର ପାଇ ରସି ଲଗାଇ ବାପାର ମୃତ୍ୟୁ ଶୋକାକୁଳ ପରିସ୍ଥିତି ମଧ୍ୟରେ ଶେଷ ହେଲା ଶେଷ କୃତ୍ୟ
|
May 26, 2026 |



