ତିହିଡି ୧୮/୪/୨୬ (ସନ୍ଧାନ ନ୍ୟୁଜ ) ତିହିଡି ବ୍ଲକ ଅନ୍ତର୍ଗତ ଦୋଳ ସାହି ପଞ୍ଚାୟତ ରେ ଥିବା ପି ଏମ ଶ୍ରୀ ରାମ ନାରାୟଣ ଉଚ୍ଚ ବିଦ୍ୟାଳୟ ର ୮୨ ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଧିର କୁମାର ତରାଇ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଭଦ୍ରକ କଲେଜ ର ପୁର୍ବତନ ଇଂରାଜୀ ପ୍ରାଧ୍ୟାପକ ଶ୍ରୀଯୁକ୍ତ ବ୍ରଜ ମୋହନ ମିଶ୍ର, ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶଶି ଶେଖର କର ଶର୍ମା। ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଥିଲେ ଦୋଳ ସାହି ପଞ୍ଚାୟତ ର ପୁର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଶୁଶାନ୍ତ କୁମାର ସେଠୀ। ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ସି ଆର ସି ସି ସସ୍ମିତା ମଞ୍ଜରୀ ନାୟକ। ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ନାୟକ, ଭରତ ସେଠୀ, ରମାକାନ୍ତ ରାଉଳ, ସୁକୁମାର ସାହୁ ଯୋଗ ଦେଇଥିଲେ। ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଶିବବ୍ରତ ନାୟକ ଙ୍କ ମଞ୍ଚ ପରିଚାଳନା ଓ ଶ୍ରୀମୁଖ ନିଶୃତ ବାଣୀ ଉପସ୍ଥିତ ଦର୍ଶକ ଓ ଛାତ୍ର ଛାତ୍ରୀ ଙ୍କୁ ମନ୍ତ୍ର ମୁଗ୍ଧ କରି ଥିଲା। ଏହି କାର୍ଯ୍ୟକ୍ରମ ରେ ସନ୍ଧାନ ଦୈନିକ ଖବର କାଗଜ ର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକ ଉପସ୍ଥିତ ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।
ପି ଏମ ଶ୍ରୀ ରାମ ନାରାୟଣ ଉଚ୍ଚ ବିଦ୍ୟାଳୟ ର ୮୨ ତମ ବାର୍ଷିକ ଉତ୍ସବ ପାଳିତ। ଦୋଳ ସାହି ପଞ୍ଚାୟତ।
|
April 18, 2026 |



