ପିସ୍ତଲ ମୁନରେ ପ୍ରେମୀ ଯୁଗଳଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ

Spread the love

ସୁନ୍ଦରଗଡ଼ ତା:୨୭/୧୧/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ରେଙ୍ଗାଲି ଡ୍ୟାମରେ ପ୍ରେମୀ ଯୁଗଳଙ୍କ ଠାରୁ ପିସ୍ତଲ ମୁନରେ ମୋବାଇଲ ସହ ସାତ ହଜାର ଟଙ୍କା ଲୁଟ ଅଭିଯୋଗ ଆସିଛି । ଗତକାଲି ସାଢ଼େ ତିନିଟା ସମୟରେ ରେଙ୍ଗାଲି ଡ୍ୟାମରେ ତିନିଜଣ ଯୁବକ ବାଇକରେ ଆସି ଏକ ପ୍ରେମୀ ଯୁଗଳଙ୍କ ଠାରୁ ପିସ୍ତଲ ମୁନରେ ଭୟଭୀତ କରାଇ ସାତ ହଜାର ଟଙ୍କା ସହ ଦୁଇଟି ମୋବାଇଲ ଲୁଟି ନେଇଥିବା
ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଶାଗବାହଲ ଗ୍ରାମର ଜଣେ ଯୁବକ(୨୧ବର୍ଷ) ତାଙ୍କ ପ୍ରେମିକା ଜନୈକା (୧୮ବର୍ଷ) ସାମନାମରା ଯୁବତୀଙ୍କ ସହିତ ରେଙ୍ଗାଲି ଡ୍ୟାମ ବୁଲିବାକି ଆସିଥିଲେ । ସେମାନେ ଉଭୟେ ଏକ ନିଛାଟିଆ ସ୍ଥାନରେ ବସି କଥାବାର୍ତା ହେଉଥିବା ବେଳେ ବାଇକରେ ତିନିଜଣ ଯୁବକ ସେଥିରୁ ଜଣେ ମୁଖା ପିନ୍ଧିଥିବା ବେଳେ ଆଉଦୁଇ ଜଣ ମୁଖା ପିନ୍ଧି ନ ଥିବା ସୂଚନା ମିଳିଛି । ଚୋରମାନେ ତାଙ୍କ ପାଖରୁ ସାତ ହଜାର ଟଙ୍କା ସହ ଦୁଇଟୁ ଦାମିକା ମୋବାଇଲ ଲୁଟି ନେଇଥିଲେ ।

Related Posts

About The Author

Add Comment