ପିସିସି ମୂଖପାତ୍ରଙ୍କ ଆଶାଳିନ ମନ୍ତବ୍ୟକୁ ନେତାଜୀ ସାମ୍ବାଦିକ ସଙ୍ଘର ନିନ୍ଦା; କ୍ଷମା ମାଗିବାକୁ ଦାବି

Spread the love

ଜେନାପୁର (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ): ଧର୍ମଶାଳା ତହସିଲ ଅଧିନ ବିଛାଖଣ୍ଡି ପାହାଡ଼ରେ ବେଆଇନ ଭାବରେ ଖଣି ଖନନ କରାଯାଉଥିବା ଅଭିଯୋଗ କରି ପାହାଡ଼ରେ ଆରମ୍ଭ ହୋଇଥିବା ଗଣଧାରଣାର ଦ୍ୱିତୀୟ ଦିନରେ ପିସିସି ମୁଖପାତ୍ର ସ୍ମୃତିରେଖା ପହି ସାମ୍ବାଦିକ ମାନଙ୍କୁ ସମାଲୋଚନା କରିବାକୁ ଯାଇ ମିଡିଆ ବିକ୍ରି ହୋଇଯାଇଥିବା ଏକ ଗଣ ମାଧ୍ୟମକୁ ବିବୃତି ଦେଇଥିଲେ । ଯାହାକୁ ନେତାଜୀ ସାମ୍ବାଦିକ ସଙ୍ଘ ଧର୍ମଶାଳା ଘୋର ନିନ୍ଦା କରିବା ସହିତ ଶ୍ରୀମତି ପହି ଦେଇଥିବା ବିବୃତିର ପ୍ରମାଣ ରଖିବାକୁ ସଙ୍ଘ ତରଫରୁ ଦାବି କରାଯାଇଛି । ଶ୍ରୀମତି ପହି ବକ୍ତବ୍ୟ ରଖିବା ସମୟରେ ନିଜର ସଞ୍ଜମତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ସଙ୍ଘର ବରିଷ୍ଟ ଉପଦେଷ୍ଟା ପରମାନନ୍ଦ ସାହୁଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ ସଭାପତି ସୌମ୍ୟ ରଂଜନ ପଣ୍ଡା ନିଜର ସମ୍ୟକ ବକ୍ତବ୍ୟ ମାଧ୍ୟମରେ କହିଥିଲେ ଯେ ଶ୍ରମତୀ ପହି ଗଣଧାରଣା ରେ ଯୋଗଦେବାକୁ ଆସି ସାମ୍ବାଦିକ ମାନଙ୍କୁ ଅସମ୍ମାନିତ କରିବା ଦ୍ୱାରା ଚତୁର୍ଥସ୍ତମ୍ବକୁ ଅମର୍ଯ୍ୟଦା କରିଛନ୍ତି । ସେ ଏଥି ପାଇଁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ । ସେହିପରି ଉପଦେଷ୍ଟା ପରମାନନ୍ଦ ସାହୁ ଶ୍ରୀମତି ପହିଙ୍କର ବକ୍ତବ୍ୟ ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ । ଏହି ବୈଠକରେ ସଙ୍ଘର ସମ୍ପାଦକ ବସନ୍ତକୁମାର ନାୟକ, ଉପଦେଷ୍ଟା ଶଙ୍କର ପ୍ରତାପ ଦାସ, ଅଶୋକକୁମାର ଦାସ, ସୁନିଲ ଶତପଥି, ସୁବ୍ରତ କୁମାର ସାହୁ, ସୁଶାନ୍ତକୁମାର ଗୋସôାୟତ, ପ୍ରାଭାତ କୁମାର ସାହୁ, ବାବୁଲି ରାଉତ, ବିନୋଦ ବିହାରୀ ପରଡା, ପ୍ରଶାନ୍ତ ସାମଲ ସମେତ ଅନ୍ୟମାନେ ଉପସ୍ଥିତ ରହି ମୂଖପାତ୍ରଙ୍କର ଏଭଳି ବକ୍ତବ୍ୟକୁ ଘୋର ନିନ୍ଦା କରିଥିଲେ । ସେହିପରି ଏସୟୁଜେର ରାଜ୍ୟ ସମ୍ପାଦକ କୈଳାଶ ନାୟକ, ଓ କନକ ନ୍ୟୁଜର ସାମ୍ବାଦିକ ବିମଳ ପତି ମଧ୍ୟ ଏହି ବିବୃତିର ନିନ୍ଦା କରିବା ସହିତ ତାଙ୍କର ବକ୍ତବ୍ୟ ପ୍ରତ୍ୟାହର କରିବାକୁ ଦାବି କରିଛନ୍ତି । ନଚେତ ଏକ ସପ୍ତାହ ପରେ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବର୍ଜନ କରାଯିବ ବୋଲି ମତ ପ୍ରକାଶ ପାଇଥିଲା ।

Related Posts

About The Author

Add Comment