ଭଦ୍ରକ, 19.01.2021 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା) :- ପିସିସି ସଭାପତିଙ୍କ ଉପରକୁ ଆକ୍ରମଣା ଘଟଣାର ପ୍ରତିବାଦ କଲା ଭଦ୍ରକ କଂଗ୍ରେସ କମିଟି। କେନ୍ଦୁଝର ଗସ୍ତ ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ କରାଯାଇଥିଲା। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ଭଦ୍ରକ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁରେ ପ୍ରତିବାଦ କରିଛନ୍ତି। ପିସିସି ସଭାପତିଙ୍କ ଉପରକୁ ଆକ୍ରମଣ ଘଟଣାକୁ ଜିଲ୍ଲା କଂଗ୍ରେସ ସଭାପତି ନିନ୍ଦା କରିଛନ୍ତି। ତେବେ ଆକ୍ରମଣକାରୀକୁ ଗିରଫ ଦାବି କରିଛନ୍ତି। ତେବେ ଘଟଣାରେ ତଦନ୍ତ ଠିକ ଭାବେ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ।
ପିସିସିଙ୍କ ଆକ୍ରମଣକାରୀକୁ ଗିରଫ ଦାବିରେ ଭଦ୍ରକ ଜିଲ୍ଲାରେ କଂଗ୍ରେସର ଧାରଣା
|
January 19, 2021 |
