ଯାଜପୁର (୧୪/୧୦)ସନ୍ଧାନ ନ୍ୟୁଜ) କେଉଁଠି ପାଣି ପାଇଁ ନଳ କୂପ, ଝରଣା କି କୂଅ ପୋଖରୀକୁ ମହିଳା ମାନେ ପାଣିପାଇଁ ଗରା ମାଠିଆ ଧରି ଯାଇଥାନ୍ତି ଆମେ ତାହା ଦେଖିଥାଉ, ହେଲେ ଏଠି ତାହାର ବିକଳ୍ପ ଚିତ୍ର ସାମ୍ନାକୁ ଆସିଛି,ଏଭଳି ଦୂର୍ଷ୍ୟ ଦେଖିବାକୁ ମିଳିଛି,କଳିଙ୍ଗନଗର ଶିଳ୍ପାଞ୍ଚଳ ଚାନ୍ଦିଆ ପଞ୍ଚାୟତ ଗୋଲାଗାଁ ନୂଆସାହି ଗ୍ରାମରେ ବୁନ୍ଦିଆ ପିଇବା ପାଣି ପାଇଁ ଶତାଧିକ ମହିଳା ମାନେ ଆଜି ର ଗରା, ମାଠିଆ ଧରି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ଦେଖିବାକୁ ମିଳିଛି, ଏମାନଙ୍କ କହିବା ଅନୁଯାଇ ପ୍ରତୋ ଦିନ ପିଇବା ପାଣି ଟୋପେ ପାଇଁ ଦୀର୍ଘ ଦୁଇ କିଲୋମିଟର ଯିବାକୁ ପଡିଥା,
ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତ ଅଧୀନ ଗୋଲାଗାଁ ଗ୍ରାମରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଦୂର ନହେବାରୁ ଆଜି ଗ୍ରାମବାସୀ, ବିଶେଷତଃ ମହିଳାମାନେ, ଜାତୀୟ ରାଜପଥ ୫୩ ଓଲ୍ଲାଇ ଜାତୀୟ ରାଜପଥ କୁ ଅବରୋଧ କରି ଜୋରଦାର ଆନ୍ଦୋଳନ କରିଥିଲେ। ଦିନ ୩ଟା ବେଳେ ଆରମ୍ଭ ହୋଇଥିବା ଏହି ଧାରଣା ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା।
ଗୋଲାଗାଁର ମହିଳାମାନେ ଗରା, ମାଣ୍ଡିଆ, ଡେକିଚି ଇତ୍ୟାଦି ଗାଁରୁ ଆସି ରାଜପଥ ଉପରେ ବସିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାଇ — ୪୦ ପରିବାର ରହୁଥିବା ଏହି ଗ୍ରାମରେ କେବଳ ଗୋଟିଏ ନଳକୂପ ରହିଛି, ଯାହା ୩୦୦ ରୁ ଅଧିକ ଗପରିବାର ପାଇଁ ପର୍ଯ୍ୟାପ୍ତ ନୁହେଁ। ତାହା ସହିତ, ସେହି ଏକମାତ୍ର ନଳକୂପରୁ ଯାଉଥିବା ପାଣି ଗୋଳିଆ ଓ ଲୁହା ଗୁଣ୍ଡ ସହିତ ମିଶିଥିବାରୁ ପିଇବା ପାଇଁ ଉପଯୁକ୍ତ ନୁହେଁ। ଏହି କାରଣରୁ ଗ୍ରାମବାସୀମାନେ ପ୍ରତିଦିନ ୨ କିଲୋମିଟର ଦୂରରେ ଥିବା ଗାଁକୁ ପାଣି ନେବାକୁ ଯାଇବାକୁ ବାଧ୍ୟ ହେଉଛନ୍ତି।
ମହିଳାମାନେ ଚେତାବନୀ ଦେଇଥିଲେ — ପାଣି ସୁବିଧା ଦିଆଯିବା ପର୍ଯ୍ୟନ୍ତ ତାଙ୍କ ଆନ୍ଦୋଳନ ଜାରି ରହିବ। ପରେ ବ୍ଲକ ପ୍ରଶାସନ ଘଟଣାସ୍ଥଳକୁ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ ଆସନ୍ତା କାଲି ଗୋଟିଏ ନୂତନ ନଳକୂପ ବସାଇବା ସହିତ ଆସନ୍ତା ଚାରି ମାସ ମଧ୍ୟରେ ଗ୍ରାମରେ ଟାଙ୍କି ନିର୍ମାଣ କରି ପ୍ରତ୍ୟେକ ଘରକୁ ପାଣି ଯୋଗାଣ ଦେବାର ପ୍ରତିଶୃତି ଦେଇଥିଲେ,ଏହି ବିରୋଧରେ ସହ ସହ ଗାଡ଼ି ଗୁଡିକ ଅଟକ ରହିଥିଲେ, ଘଟଣା ସ୍ଥଳରେ କଳିଙ୍ଗନଗର ପୋଲିସ ପହଂଚି ରାସ୍ତା ଦୁଇ ପାର୍ଶରେ ଥିବା ଗାଡିଗୁଡିକୁ ଛାଡ଼ି ଥିଲେ,
ପ୍ରଶାସନ ତରଫରୁ ଏହି ପ୍ରତିଶ୍ରୁତି ମିଳିବା ପରେ ମହିଳାମାନେ ସାନ୍ଧ୍ୟ ବେଳେ ଧାରଣା ଛାଡ଼ି ରାସ୍ତା ଖୋଲି ଦେଇଥିଲେ। ତେବେ ଏବେ ସବୁଙ୍କ ଦୃଷ୍ଟି ଏହା ଉପରେ — ପାଣି ପାଇଁ ବ୍ୟାକୁଳ ଗୋଲାଗାଁ ବାସୀମାନେ କେବେ ସତେଜ ଓ ବିଶୁଦ୍ଧ ଜଳ ପାଇପାରିବେ ନା ଏମିତି ପ୍ରତିଶୃତି ରେ ରହିଯିବ ତାହା ସମୟ କହିବ,,,



