ପିଆରଏମ୍ ପହଞ୍ଚିଲା କୋଭିଡ୍ ଟିକା

Spread the love
  •  
  •  
  •  
  •  
  •  

ବାରିପଦା, 14.01.2021(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): କରୋନା‌ ମହାମାରୀର ଅନ୍ତକରିବାକୁ ମୟୂରଭଞ୍ଜ ଜିଲ୍ଲାରେ ବୁଧବାର ରାତି ସାଢେ ୮ଟା ସମୟରେ ପୁଲିସ ନିରାପତ୍ତାରେ ଭୁବନେଶ୍ୱରୁ କୋଭିସିଲୁ ଟିକା ଆସି ପହଞ୍ଚିଛି । ଏହାକୁ ଜିଲ୍ଲା ଟିକାଭଣ୍ଡାରରେ ସୁରକ୍ଷିତ ଭାବେ ରଖାଯିବା ସହ ୨୪ଘଣ୍ଟିଆ ପୁଲିସ ପହରା ବ୍ୟବସ୍ଥା କରାଯାଇଛି । ସୂଚନା ମୁତାବକ କୋଭି ସି ଟିକାର୧୧୯୦୦ଡୋଜ ପୁଲିସ ନିରାପତ୍ତା ବଳୟ ଭିତରେ ସୁରକ୍ଷିତ ଭାବେ ବାରିପଦା ପିଆରଏମ୍ ମେଡିକାଲ କଲେଜ ହସପିଟାଲ ରେ  ପହଞ୍ଚିବା ପରେ  ଏହାକୁ ଜିଲ୍ଲା  ଭଣ୍ଡାରରେ ସୁରକ୍ଷିତ ଭାବେ ରଖାଯାଇଛି । ଆସନ୍ତା। । ୧୬ତାରିଖରେ ପ୍ରାଥମିକ ଭାବେ ଜିଲ୍ଲାରେ ଟିକାକରଣ କାର୍ଯ୍ୟ ଆରମ୍ଭ ହେବ । ଜିଲ୍ଲାରେ ଏ ନେଇ ୧୦ଟି‌ କେନ୍ଦ୍ର କରାଯାଇଛି । ସୂଚନା ଅନୁଯାୟୀ ବିଜାତଳା, ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରାଇରଙ୍ଗପୁର, ଉଦଳା, କପ୍ତିପଦା, ବାରିପଦା, ଦବେନ୍ଦ୍ରପୁର, ରଙ୍ଗାମାଟିଆ ଠାରେ କୋଭିସି ଟିକା ପ୍ରଦାନ କରାଯିବ । ପ୍ରଥମ ଦିନରେ ପ୍ରତି କେନ୍ଦ୍ରରେ  ୧୦୦ଜଣଙ୍କୁ ଟିକା ପ୍ରଦାନ କରାଯିବ । ହେବ ବୋଲି ସୂଚନା ମିଳିଛି । ପହଞ୍ଚିବା ପରେ ଗୁରୁବାର ଠାରୁ ଏହାକୁ ପୁଲିସ ଛାଉଣୀରେ ଜିଲ୍ଲାର‌ ବିଭିନ୍ନ କେନ୍ଦ୍ରକୁ ପଠା ଯିବାର ବ୍ୟବସ୍ଥା ସୁତରାଂ ୧୦ଟି କେନ୍ଦ୍ରରେ ପ୍ରଥମ ଦିନରେ ଏକ ହଜାର ଜଣ କୋଭିସିଲ୍ଡ ଟିକା ନେବେ । ଜିଲ୍ଲା ଟାସ୍କଫୋର୍ସ ଅନୁଯାୟୀ‌ ଚିହ୍ନଟ ବ୍ୟକ୍ତିମାନଙ୍କୁ ପ୍ରଥମେ ଟିକା ଦିଆ‌ଯିବ ।

Related Posts

About The Author

Add Comment