ରାଉରକେଲା, ୧୦/୦୩/୨୧ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଫର୍ଟିଲାଇଜର ଟାଉନସିପ ଅଂଚଳରେ ପାଣି ପାଇପ ବିଛାଇବା ଲାଗି ରାସ୍ତା ଖନନ ହେଲା, ମାତ୍ର କାର୍ଯ୍ୟ ସମାପନ ପରେ ମରାମତି କରିବାକୁ ଭୁଲିଗଲେ! ବାରମ୍ବାର ଏନେଇ ଅଭିଯୋଗ ପରେ ମଧ୍ୟ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଫର୍ଟିଲାଇଜର ଟାଉନସିପ ଅଂଚଳରେ ଥିବା ଆରଏସପି କ୍ୱାର୍ଟର ଗୁଡ଼ିକରେ ଗତ କିଛି ମାସ ହେଲା, ନୂଆ ପାଣି ପାଇପ ବିଛାଇବା ଲାଗି ସାରନଗରୀରେ ନିର୍ଦ୍ଧିଷ୍ଟ କିଛି ବ୍ଲକରେ ରାସ୍ତା ଖୋଳା ଯାଇଥିବା ବେଳେ, ପାଇପ ବିଛା କାର୍ଯ୍ୟ ସରିବା ପରେ ରାସ୍ତାରେ ମାଟି ପକାଇ ଛାଡ଼ି ଦିଆଗଲା । ଫଳରେ ସେହି ରାସ୍ତା ଦେଇ ଯିବା ଆସିବା କରିବାକୁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଖୋଳା ଯାଇଥିବା ରାସ୍ତାକୁ ମରାମତି କରିବାକୁ ବାରମ୍ବାର ଅଭିଯୋଗ କରାଯାଉ ଥିଲେ ମଧ୍ୟ ସେଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାଯାଉନି, ଯାହାକୁ ନେଇ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ପାଣି ପାଇଁ ହେଲା ରାସ୍ତା ଖନନ, ହେଲେ ଏଯାଏ ହୋଇନି ମରାମତି!
|
March 10, 2021 |