ପାଣି ଟାଙ୍କି ଭୁଶୁଡିବା ଅବସ୍ଥାରେ ଜନ ସାଧାରଣ ଚିନ୍ତାରେ

Spread the love

ସୁନ୍ଦରଗଡ଼ ତା:୦୭/୦୬/୨୦୨୫ ତାରିଖ (ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ ) ବିଗତ ୨୦ ବର୍ଷ ହେବ ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତଲସରା ଗ୍ରାମ ପଞ୍ଚାୟତ ବନ୍ଦପଡ଼ା ଠାରେ ଥିବା ଏକ ଆରୋ ପ୍ଲାନ ଧୀରେ ଧୀରେ ଭୁଶୁଡିବା ଅବସ୍ଥା ରେ ରହିଥିବା ବେଳେ ପ୍ରଶାସନ ର ଦୃଷ୍ଟି ପଡ଼ୁନି ତା ଉପରେ l ଜନ ସାଧାରଣ ଙ୍କ ସୂଚନା ଅନୁସାରେ ଆଜକୁ ୨୦ ବର୍ଷ ହେବ ତଲସରା ଗ୍ରାମ ପଞ୍ଚାୟତ ବନ୍ଦପଡ଼ା ଠାରେ ଏକ ଆରୋ ପ୍ଲାନ ତିଆରି ହୋଇଛି ଯାହାକି ପାଣି ଟାଙ୍କି ରୁ ପାଣି ଝରିବାରେ ଲାଗିଛି l ଧୀରେ ଧୀରେ ପାଣି ଟାଙ୍କି ଟି ଭୁଶୁଡିବା ଅବସ୍ଥା ରେ ରହିଛି l ଏଥି ପାଇଁ ଗ୍ରାମବାସି ଚିନ୍ତା ପ୍ରକାଶ କରୁଥିବା ସୂଚନା ରୁ ଜାଣିବାକୁ ମିଳିଛି l ତେବେ ଗ୍ରାମ ବାସିଙ୍କ ଅନୁସାରେ ଯେତେ ଶୀଘ୍ର ହେବ ଟାଙ୍କି ଟିକୁ ପୁନଃ ରୂପରେ ତିଆରି ନକଲେ ଆଗକୁ ବଡ ଦୁର୍ଘଟଣା ର ଆଶଙ୍କା ରହିଛି ବୋଲି ଚିନ୍ତା ଦର୍ଶାଇଛନ୍ତି I

Related Posts

About The Author

Add Comment