ଭୁବନେଶ୍ୱର, ୩୦/୪ (ସନ୍ଧାନ ନିୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳ ୯ଟା ୪୦ମିନିଟ୍ରେ ବିମାନ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି । ସେ କେଉଁ କାରଣରୁ ଦିଲ୍ଲୀ ଯାତ୍ରା କରିଛନ୍ତି ତାହା ସରକାରୀ ଭାବେ ଜଣା ପଡ଼ି ନଥିଲେ ମଧ୍ୟ ନିର୍ବାଚନ କମିସନଙ୍କୁ ଆଜି ଅପରାହ୍ନରେ ଭେଟି ପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି । ସେ ନିର୍ବାଚନ କମିସନଙ୍କୁ ଭେଟି ପାଟକୁରା ବିଧାନସଭା ନିର୍ବାଚନ ଘୁଞ୍ଚାଇବାଲାଗି ଅନୁରୋଧ କରିପାରନ୍ତି ବୋଲି କୁହାଯାଉଛି। ଫୋନିର କୁପ୍ରଭାବର ଆଶଙ୍କା ପ୍ରକଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ କମିସନଙ୍କୁ ଭେଟିବେ ବୋଲି ଜଣାଯାଇଛି।
ମୁଖ୍ୟମନ୍ତ୍ରୀ ତାଙ୍କର ଅବଦୁଲ କଲାମ ମାର୍ଗସ୍ଥିତ ପୈତୃକ ବାସଭବନରେ ଅବସ୍ଥାନ କରୁଥିବା ଜଣା ପଡ଼ିଛି । ତେବେ ସେ କେବେ ଭୁବନେଶ୍ୱର ଫେରିବେ ତାହା ଜଣା ପଡ଼ିନାହିଁ ।