ଭଦ୍ରକ,୧୭/୧୧ (ସନ୍ଧାନ ନିୟୁଜ) : ଯାହାକୁ ସମାଜ ପାଗଳ କହୁଛି ସେ ଏକ ଚିତ୍ର ଶିଳ୍ପୀ କଳାକାର ପ୍ରେମୀ ସମାଜ ପାଇଁ ଉଧାରଣ ପାଲଟିଛନ୍ତି ||
ଚିତ୍ତରଞ୍ଜନ ମିଶ୍ର (କୁନା) ଘର ଭଦ୍ରକ ମଠସାହି ଗ୍ରାମରେ ରୁହନ୍ତି ଫୁଟଫାତ ରେ, ଆଜିକୁ 20ବର୍ଷ ହେବ ଘରୁ ପାଗଳ କହି ତୋଡ଼ି ଦେଇଛନ୍ତି କୁନା ଙ୍କୁ ହେଲେ ସେ ହାରିନାହାନ୍ତି ତାଙ୍କ ଭିତରେ ଥିବା ପ୍ରତିଭା ସପ୍ନକୁ ତୁଳି କାଗଜ ସହିତ ଲଢେଇ କରୁଛନ୍ତି ଚିତ୍ର ଆଙ୍କି ଫୁଟଫାତ ରେ ରହି,କୁନା ଶିକ୍ଷା କ୍ଷେତ୍ରରେ ଯୁକ୍ତ 3 ପାସ କରି ପେଣ୍ଟିଙ୍ଗ କଳା କୁ ଆଦରି ନେଇଥିଲେ ତାଙ୍କ ଭିତରେ ଲକ୍ଷ୍ୟ ଥିଲା ସେ ଏକ ନାମୀଦାମୀ କଳାକାର ହେବେ ବୋଲି | ହେଲେ ତାଙ୍କ ଘରେ କହିଲେ ଯିଏ ଆର୍ଟ କରୁଛି ସେ ଏକ ପାଗଳ ଆଜିକୁ 20ବର୍ଷ ହେବ ସେ ତାଙ୍କ ଘରଠୁ ଅଲଗା ଅଛନ୍ତି, ଏହି ଭଳି କଳାକୃତି ତାଙ୍କ ପାଇଁ ଟାଇମପାସ ବୋଲି ସେ କୁହନ୍ତି ନିଜେ କୁନା, ଶ୍ରମିକ କାମ କରି ଅର୍ଥ ସାଉଁଟି ଆଣି ଆର୍ଟ ପେପର କଲର କିଣି ସମାଜ ପାଇଁ ଆଙ୍କନ୍ତି ଚିତ୍ର ଫୁଟଫାତ ଓ ମନ୍ଦିର ସ୍କୁଲ କାନ୍ଥ ଗୁଡିକରେ ଯିଏ ଯେତେ ବେଳେ ପାଏ ତାଙ୍କ ଆର୍ଟ ଦେଖି ଖୁସିରେ ଅର୍ଥ ଦାନ କରନ୍ତି || ତେବେ ସରକାରୀ କି ବେସରକାରୀ ସ୍ତରରେ ତାଙ୍କୁ କୌଣସି ନିଯୁକ୍ତି କି ପ୍ରହସନ ମିଳି ନାହିଁ, ସେ କୁହନ୍ତି ସମାଜର ଆଖି ନାହିଁ ମୁଁ ବଞ୍ଚିଛି ମୋ କଳାକୁ ନେଇ ଏଠି କେହି କାହାକୁ ଆଗକୁ ଯିବାକୁ ଦିଏନି କୂଟନୀତି ସମାଜ ପାଲଟିଛି ମୋ ପାଇଁ || ରାଜଧାନୀ ଭୁବନେଶ୍ୱର ଓ କଟକ ରେ ରହି ମଧ୍ୟ୍ୟ ବିଭିନ୍ନ ହୋଟେଲ ଓ ମନ୍ଦିରରେ ସେ ତାଙ୍କ ତୁଳିରେ ଚିତ୍ର ଅନେକ ଆଙ୍କିଛନ୍ତି, ଆଜି ପ୍ରଯନ୍ତ ସେ 5000 ରୁ ଅଧିକ ଆର୍ଟ କଲେଣି ଶେଷରେ ତାଙ୍କର ଲକ୍ଷ୍ୟ ଅଛି ଏକ ରେକର୍ଡ କରିବା ପାଇଁ ଆର୍ଟ କ୍ଷେତ୍ରରେ, ଏଠି କଥା ଉଠୁଛି ସାଧାରଣ ବର୍ଗରେ ପ୍ରଶାସନ କି ସରକାର ଏହି ଭଳି ବ୍ୟକ୍ତିଙ୍କୁ ଚିହ୍ନଟ କି ଭଳି କରିନାହାନ୍ତି, କୁନା ଙ୍କର ଦାବୀ ସରକାରୀ ସାହାଯ୍ୟ ପାଇଲେ ସେ ଆଗକୁ ଯିବା ସହିତ କଳାକୁ ବଞ୍ଚେଇ ରଖିପାରିବେ || କଳାକ୍ଷେତ୍ର ରେ ସେ ଅନେକ ଛବି ଆଙ୍କି ଛାତ୍ର ଛାତ୍ରୀଙ୍କୁ ଉପହାର କରନ୍ତି ବୋଲି କୁଆଁସ ଗ୍ରାମବାସୀ କୁହନ୍ତି, ସବୁଠୁ ବଡ଼ କଥା ତାଙ୍କ ସାଙ୍ଗ ବିକି ତାଙ୍କ ଚିକେନ ଦୋକାନ ଫୁଟଫାତ ରେ ତାଙ୍କୁ ଥଇଥାନ ଦେଇଛନ୍ତି ଆଜିକୁ 6 ବର୍ଷ ହେବ ସେ ବର୍ଷା ଖରା ଶୀତ କାକର ଖାଇ ସେଇ ଜାଗାରେ ପଡିରହି ତାଙ୍କ କଳାକୁ ସେ ବଞ୍ଚେଇ ରଖିଛନ୍ତି l
ପାଗଳ କୁନାର କଳା ପ୍ରେମ
|
November 17, 2019 |
