ଯାଜପୁର, ୧୬/୫(ସନ୍ଧାନ ନ୍ୟୁଜ୍) ଧର୍ମଶାଳା ଥାନା ଅନ୍ତର୍ଗତ କଂଟିଗଡିଆ ପଂଚାୟତ ପାଇକାରାପୁର ଗ୍ରାମ ଉପର ସରଂକ୍ଷିତ ଜଙ୍ଗଲରୁ ବୁଧବାର ସକାଳୁ ଦୁଇଜଣ ଯୁବକ ଯୁବତୀଙ୍କ ଝୁଲନ୍ତା ଶବ ପୋଲିସ ଉଦ୍ଧାର କରିଛି । ମୃତକ ଦୁଇଜଣ ହେଉଛନ୍ତି ସେହି ଗ୍ରାମର ସିତାନାଥ ସାମଲଙ୍କ ପୁଅ ବାପି ସମାଲ(୧୯) ଏବଂ ଅରୁଣ ମଳିକଙ୍କ ଝିଅ ପୁଜା ମଳିକ(୧୫) । ସୁଚନା ଥାଉକି ଉଭୟ ବାପି ଏବଂ ପୁଜା ପରସ୍ପରଙ୍କୁ ଭଲପାଇଥିଲେ । ଦୁଇଜଣ ଅଲଗା ଅଲାଗ ଜାତିର ହୋଇଥିବାରୁ ବିବାହରେ ଅସୁବିଧା ହେତୁ ସେମାନେ ଆତ୍ନହତ୍ୟ କରିଥାଇପାରନ୍ତି ବୋଲି ଆଲୋଚନା ହେଉଥିବା ବେଳେ ଉଭୟଙ୍କ ପରିବାର ବର୍ଗଙ୍କ ବିରୋଧ ହେତୁ ସେମାନେ ଆତ୍ମହତ୍ୟା କରିଛନ୍ତି ବୋଲି ଆଲୋଚନା ହେଉଛି । ତେବେ ଏହା ଅତ୍ମହତ୍ୟ କରିଥିବା ସ୍ଥାନରେ ଉଭୟ ଗୋଟିଏ ଲମ୍ବା ଦଉଡି ସାହାର୍ଯ୍ୟରେ ଝୁଲୁଥିବାର ଦେଖିବାକୁ ମିଳିବା ସହିତ ଝିଅଟି ପାଦରେ ଅଳତା ପିନ୍ଧିଛି । ପୁଅଟି ଗୋଡରେ ହେଳେ ଚପଲ ମଧ୍ୟ ପିନ୍ଧିଥିବା ଦେଖାଯାଇଛି । ତେବେ ଗତକାଲିଠାରୁ ଉଭୟଙ୍କ ପରିବାରରେ ଖାଇସାରିବା ପରେ ରାତିରେ ସେମାନେ ଆସି ଏଭଳି କରିଥିବା ପରିବାର ବର୍ଗ କହିଛନ୍ତି । ଏହା ଆତ୍ମହତ୍ୟା ନା ସୁପରି କଳ୍ପିତ ଯୋଜନାବଦ୍ଧ ହତ୍ୟା ତଦନ୍ତ ହେଲେ ତାହା ପଦାକୁ ଅସିବ ବୋଲି ସାଧରଣରେ ଚର୍ଚ୍ଚା ଚାଲିଛି । ଧର୍ମଶାଳା ପୋଲିସ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି ।
ପାଇକାରପୁର ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର
|
May 20, 2018 |