ପାଂଚ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ମିଳିଲାନି ସହାୟତା

Spread the love
  •  
  •  
  •  
  •  
  •  

ଯାଜପୁର, ୧୨/୦୧/୨୧ (ସନ୍ଧାନ ନିଉଜ) : ଯାଜପୁର ସଦର ଥାନା ଅନ୍ତର୍ଗତ ଉପର ବରୁଅାଁ ଗ୍ରାମର ଶିବ ଜେନାଙ୍କ ଝୀଅ ସସ୍ମୀତା ଜେନା ପ୍ରାତ ଭ୍ରମଣରେ ଯାଉଥିବା ବେଳେ, କେତକିଅାଁ ଛକ ନିକଟରେ ଏକ ଚିପ୍ସ ବୋଝେଇ ଟ୍ରକ୍ ଧକ୍କା ଦେବାରୁ ସସ୍ମୀତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଏହି ଘଟଣାକୁ ନେଇ ସସ୍ମୀତାର ମୃତୁ୍ୟ ପାଂଚ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କ୍ଷତି ପୁରଣ ବାବଦ ସହାୟତା ମିଳିନଥିବା ଅଭିଯୋଗ ହୋଇଚି । ଏହି ଘଟଣାକୁ ନେଇ ରାସ୍ତା ରୋକ କରାଯାଇଥିବା ବେଳେ, ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାର ଏବଂ ପୋଲିସ ଉପସ୍ଥିତିରେ ଜିଲ୍ଲା ରେଡ୍ କ୍ରସ ପାଣ୍ଠିରୁ ଏକ ହଜାର ଟଙ୍କା ସହାୟତା ଦିଆଯାଇଥିବା ବେଳେ, ସସ୍ମୀତାର ବାପାକୁ ସରକାରୀ ଅନୁଦାନ ଦିଆଯିବା ଲାଗି ପ୍ରତିଶୃତି ମିଳିବା ପରେ ରାସ୍ତାରୋକ ହଟିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରଶାସନ ପକ୍ଷରୁ ଏକ ଇନ୍ଦିରାଆବାସ ଦିଆଯିବା ପାଇଁ ପ୍ରତିଶୃତି ଦିଆଯାଇଥିଲା । ସସ୍ମୀତା ଟିଉସନ କରି ନିଜେ ପାଠ ପଢ଼ିବା ସହିତ ଭଉଣୀ ମାନଙ୍କୁ ପଢ଼ାଉଥଲା । ଶିବରାମଙ୍କ ପୁଅ ନଥିବା ବେଳେ ତିନୋଟି ଝୀଅକୁ ନେଇ ଶିବରାମଙ୍କ ପରିବାର ହସଖୁସିରେ ଚଳୁଥିଲା । ଯାହକି ସସ୍ମୀତାର ମୃତୁ୍ୟ ପାଂଚ ଦିନ ବିତିଯାଇଥିଲେ ମଧ୍ୟ ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ଲାଗି ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀମାନେ ଦାବି କରିଛନ୍ତି ।

Related Posts

About The Author

Add Comment