ପଶ୍ଚିମବଙ୍ଗ ରେ ମମତା ଙ୍କ ଅହଂକାର ତୃଣମୂଳ କଂଗ୍ରେସ ର ପତନ ର କାରଣ ହେଲା।

Spread the love
ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ସମସ୍ତ ଙ୍କୁ ଚକିତ କରି ଦେଇଛି। ଏହାର କାରଣ ଯାହା ହେଉ ନା କାହିଁକି, ମୋ ମତ ରେ ମମତା ଙ୍କ ଅହଂକାର ଏଥି ପାଇଁ ଦାୟୀ। ମମତା ବାନାର୍ଜୀ ଜଣେ ଏମିତି ନେତ୍ରୀ ଯିଏ କି ୨୫ ପଚିଶ ବର୍ଷ ର ଯୋତିବସୁ ସରକାର ର ପତନ କରି ସରକାର ଗଠନ କରି ଥିଲେ। ମୋର କହିବା କଥା ସେତେ ବେଳ ର ମମତା ବାନାର୍ଜୀ ମମତା ଦ୍ୱାରା ପଶ୍ଚିମବଙ୍ଗ ର ଜନତା ଙ୍କ ହୃଦୟ ଜିଣିବା ରେ ସକ୍ଷମ ହୋଇ ଥିଲେ। ଏହା ଭିତରେ ବଙ୍ଗ ବାସୀ ମମତା ବାନାର୍ଜୀ ଙ୍କୁ ତିନି ଥର ମୁଖ୍ୟମନ୍ତ୍ରୀ ବସାଇ ସାରିଲେଣି। ଆପଣ ମାନଙ୍କୁ ଗୋଟିଏ କଥା ସ୍ପଷ୍ଟ ଭାବରେ ଜଣା ୨୦୧୬ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ବଙ୍ଗ ରେ ତିନୋଟି ଆସନ ଅକ୍ତିଆର କରିବାରେ ସଫଳ ହୋଇଥିଲା। ୨୦୨୧ମସିହା ନିର୍ବାଚନ ରେ ବିଜେପି ୭୮ଟି ଆସନ ଜିତି ବଙ୍ଗ ବିଧାନ ସଭାରେ ବିରୋଧୀ ଦଳର ଭୂମିକା ଗ୍ରହଣ କରି ଥିଲା। ସେହି ଦିନ ଠାରୁ ମମତା ବାନାର୍ଜୀ ଙ୍କୁ ସମୀକ୍ଷା କରି ବାର ଥିଲା, କେଉଁ କାରଣରୁ ତିନି ରୁ ଅଠସ୍ତରି  ଆସନ ବିଜେପି ଦଖଲ କଲା।୨୦୨୧ ପରେ ମମତା ବାନାର୍ଜୀ ଙ୍କ ମନ୍ତ୍ରୀ ମାନେ ଦୁର୍ନୀତି ରେ ଲିପ୍ତ ରହିବା, ମମତା ବାନାର୍ଜୀ ସେମାନଙ୍କୁ ସମର୍ଥନ କରିବା ବଙ୍ଗ ବାସୀ ଙ୍କ ହୃଦୟ କୁ ଦାରୁଣ ବେଦନା ଦେଇଥିଲା। ଶିକ୍ଷକ ନିଯୁକ୍ତି, ସାରଦା ଚିଟଫଂଡ, ରୋଜ ଭ୍ୟାଲି ଚିଟଫଣ୍ଡ ମାମଲା ରେ ମମତା ବାନାର୍ଜୀ ଙ୍କ ମନ୍ତ୍ରୀ ମାନେ ସଂପୃକ୍ତ ରହିବା ମମତା ଙ୍କ ପରାଜୟ ର ମୁଖ୍ୟ କାରଣ ସାଜିଲା। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାରଣ ମମତା ଙ୍କ ପରାଜୟ କୁ ନିଶ୍ଚିତ କରି ଥିଲା। ସଂଖ୍ୟା ଲଘୁ ପ୍ରୀତି , ମାନେ ମୁସଲମାନ ମାନଙ୍କୁ ବିଭିନ୍ନ ଯୋଜନା ଦ୍ବାରା ଖୁସି କରି, ହିନ୍ଦୁ ମାନଂକ ପ୍ରତି ଅବହେଳା ସମସ୍ତ ହିନ୍ଦୁ ମାନଙ୍କୁ ଏକଜୁଟ କରାଇବାରେ ସହାୟକ ହୋଇ ଥିଲା। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର କର୍ମକର୍ତ୍ତା ମାନେ। ଏମାନେ ପଶ୍ଚିମବଙ୍ଗ ରେ ହିନ୍ଦୁ ମାନଙ୍କୁ ଏକଜୁଟ କରାଇବାରେ ସଫଳ ହୋଇ ଥିଲେ। ଏ ସବୁ ସ୍ଵତେ ମମତା ବାନାର୍ଜୀ ଙ୍କ ମମତା ପଶ୍ଚିମବଙ୍ଗ ବାସୀ ଙ୍କ ପାଇଁ ନ ଥିଲା। ଯାହା ଫଳରେ ଆଜି ତୃଣମୂଳ କଂଗ୍ରେସ ସରକାର ର ପତନ ଘଟିଲା। ପରିସେଶ ରେ ପୁଣି ମୁଁ ମୋ ପୂର୍ବ କଥା କୁ ମନେ ପକାଇ ଦେଉଛି। ମମତା ଙ୍କ ଅହଂକାର ପାଇଁ ତୃଣମୂଳ କଂଗ୍ରେସ ର ପତନ ହେଲା। ଗର୍ବ ଓ ଅହଂକାର ପ୍ରତି ବ୍ୟକ୍ତି ର ପତନ ର କାରଣ ହୋଇ ଥାଏ।

Related Posts

About The Author

Add Comment