ପନ୍ଦରବର୍ଷ ହେବ ପାଉଣା ପାଇବାରୁ ବଞ୍ଚିତ ହେଲେଣି ଶିକ୍ଷକ

Spread the love

ବେତନଟୀ, 17/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ପ୍ରଧାନ ଶିକ୍ଷକଙ୍କ ଦାୟିତ୍ବହୀନତା ଯୋଗୁ ଜଣେ ଶିକ୍ଷକ ନିଜର ବକେୟା ପାଉଣା ପାଇବାରୁ ବଞ୍ଚିତ ହେବାର ୧୫ବର୍ଷ ବିତି ଯାଇଥିଲେ ମଧ୍ୟ କେହି ଦୃଷ୍ଟି ନଦେବାରୁ ସେ ମାନସିକ ଭାରସାମ୍ୟ ହରାଇଥିବା ଜଣାଯାଇଛି । ତଥାପି ନିଜର ପ୍ରାପ୍ୟ ପାଇବା ନିମନ୍ତେ ସଂଗ୍ରାମ ଚଳାଇଛନ୍ତି । ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭକରି ବିଭିନ୍ନ ରାଜନେତାଙ୍କ ନିକଟରେ ଆକୁଳ ଆବେଦନ କରିଥିଲେ ମଧ୍ୟ ଅଦ୍ୟାବଧୂ ନିଜର ବକେୟା ପାଉଣା ନପାଇ ଅତି ଦୁଃସ୍ଥ ଭାବେ ଦିନ କାଟୁଛନ୍ତି । ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର କମିଶନର ଥିବା ସମ୍ବନ୍ଦରେ ମହାମହିମ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ରିଜୋଲ୍ୟୁଶନ ନମ୍ବର ୩୪୨୪ ତାରିଖ-୧୮୨୨୦୦୮ରେ ଏକ ସରକାରୀ ଇସ୍ତାହାର ପ୍ରକାଶିତ ହୋଇଥିଲା, ଯେଉଁଥିରେ ଆବଶ୍ୟକ ଯୋଗ୍ୟତା ଥିବା ହିନ୍ଦୀ ଶିକ୍ଷକମାନଙ୍କୁ ଟ୍ରେଣ୍ଡ ଗ୍ରାଜୁଏଟି ହାରରେ ତାରିଖ ୧୧୨୦୦୬ ମସିହାଠାରୁ ବଦ୍ଧିତ ଦରମା ପ୍ରଦାନ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ପାଟଶାଣୀପୁର ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ସରକାରୀ କର୍ତ୍ତବ୍ୟରେ ଅବହେଳା, ଦାୟିତ୍ବହୀନତା ମନୋଭାବ ଯୋଗୁ ଜଣେ ଶିକ୍ଷକ ପନ୍ଦର ବର୍ଷ ହେଲା ବକେୟା ପାଉଣା ପାଇବାରୁ ବଂଚିତ ହୋଇଛନ୍ତି । ଶିକ୍ଷକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ମହୁଲିଆ ଗ୍ରାମର ଡ.ରମାକାନ୍ତ ମହାନ୍ତ । ସେ ପାଟଶାଣୀପୁର ହାଇସ୍କୁଲରେ ଦୀର୍ଘ ବର୍ଷ ଶିକ୍ଷକତା କରିବା ପରେ ଜିଲ୍ଲା ଶିକ୍ଷାକାରୀଙ୍କ ବଦଳି ଆଦେଶ ପାଇ ୨୦୧୬ ମସିହାରୁ ବେତନଟୀ ବ୍ଲକ ପାଟଳିପୁରା ପଞ୍ଚାୟତର ପାଟଳିପୁରା କୃଷ୍ଣଚନ୍ଦ୍ର ଶିକ୍ଷାନିକେତନରେ କାର୍ଯ୍ୟରତ ଅଛନ୍ତି । ଟି ଜି ଟି ହାରରେ ଦରମା ପ୍ରଦାନ କରିବା ପାଇଁ ପାଟଶାଣୀପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଜିଲାଶିକ୍ଷା ଅଧିକାରୀଙ୍କୁ ସୁପାରିଶ କରିନଥିଲେ । ଫଳରେ ନିଜ ପ୍ରାଫରୁ ବଂଚିତ ଶିକ୍ଷକ ଡ. ମହାନ୍ତ ୨୦୧୭ ମସିହା ଅକ୍ଟୋବର ୨ତାରିଖରୁ ଓଡିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବଙ୍କ ଦପ୍ତର ସମ୍ମୁଖରେ ଆମରଣ ଅନଶନ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବଙ୍କ ଚିଠି ନମ୍ବର ୧୯୧୪୧ ତାରିଖ ୧୧୧୦ ୨୦୧୭ ପାଇବା ପରେ ମୟୂରଭଞ୍ଜର ଜିଲା ଶିକ୍ଷାରୀ ୨୦୧୭ ଅକ୍ଟୋବର ୨୪ତାରିଖ ଚିଠି ନମ୍ବର ୧୧୫୨୭ ରେ ୧୧୨୦୦୬ ଠାରୁ ବଦ୍ଧିତ ହାରାରେ ଦରମା ପ୍ରଦାନ କରିବା ପାଇଁ ପାଟଶାଣୀପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଡ. ମହାନ୍ତ ପୂର୍ବରୁ ପାଟଶାଣୀପୁର ହାଇସ୍କୁଲରେ ୨୦୧୬ ମସିହା ପର୍ଯ୍ୟନ୍ତ ଶିକ୍ଷକ ଥିବାରୁ କୃଷ୍ଣଚନ୍ଦ୍ର ଶିକ୍ଷାନିକେତନ ପାଟଳୀପୁରା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିଠି ନମ୍ବର ୪୫ ତାରିଖ୨୫୪୨୦୧୮ରେ ଏବଂ ଚିଠି ନମ୍ବର ୧୯୩ ତା ୭୮୨୦୧୮ ରେ ପାଟଶାଣୀପୁର ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ବକେୟା ବିଲର ନଡ୍ରୟାଲ ତଥା ଏନଟାଇଟେଲମେଣ୍ଟ ସାର୍ଟିଫିକେଟ ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ପାଟଶାଣୀପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଚିଠିକୁ ଅବଜ୍ଞା କରି ବକେୟା ବିଲ ପ୍ରଦାନ ନ କରିବାରୁ କୃଷ୍ଣଚନ୍ଦ୍ର ଶିକ୍ଷାନିକେତନର ପ୍ରଧାନ ଶିକ୍ଷକ ଚିଠିନମ୪୭ ତାରିଖ ୧୪୩୨୦୧୯ରେ ତଥା ଚିଠି ନମର ୨୪ ୨୪9୨୦୨୦ରେ ଜିଲା ଶିକ୍ଷାକାରୀଙ୍କୁ ଅବଗତ କରାଇଥିଲେ। ଜିଲା ଶିକ୍ଷା ଅଧିକାରୀ ଏ ପ୍ରସଙ୍ଗରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ହିନ୍ଦୀ ଶିକ୍ଷକ ନିଜର ହକ ପାଇବାରୁ ବଂଚିତ ହୋଇଛନ୍ତି । ଜିଲା ଶିକ୍ଷାଧିକାରୀଙ୍କର ଏ ପ୍ରସଙ୍ଗରେ ମତାମତ ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା । ନିଜର ହକ ପ୍ରାପ୍ୟ ପାଇବାକୁ ଜଣେ ଶିକ୍ଷକଙ୍କୁ ଆଉ କେତେ ବର୍ଷ ଲାଗିବ ଦେଖୁବାକୁ ବାକି ରହିଲା ?

Related Posts

About The Author

Add Comment