ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ: ତଦନ୍ତ କରିବା ପାଇଁ ୫ ଜଣିଆ ଟିମ୍ ଗଠନ କଲେ ସୁପ୍ରିମକୋର୍ଟ, ପୂର୍ବତନ ବିଚାରପତି ଇନ୍ଦୁ ମାଲହୋତ୍ରା କମିଟି ମୁଖ୍ୟ

Spread the love

ନୂଆଦିଲ୍ଲୀ, ୧୨/୦୧ /୨୦୧୨ (ସନ୍ଧାନ ନିଉଜ ) : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟି ପ୍ରସଙ୍ଗର ଏବେ ତଦନ୍ତ କରିବ ୫ ଜଣିଆ ସ୍ୱତନ୍ତ୍ର ଟିମ୍ । ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହି ଟିମ୍ ଗଠନ କରାଯାଇଛି ଯାହାର ମୁଖ୍ୟ ରହିଛନ୍ତି ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଇନ୍ଦୁ ମାଲହୋତ୍ରା ।

ଏହି କମିଟି ପୁରା ମାମଲାର ତର୍ଜମା କରିବା ସହିତ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏହା ସହିତ ପ୍ରଧାମ୍‌ତ୍ରୀଙ୍କ ସୁରକ୍ଷା ପାଇଁ ଆଉ କଣ କଣ ପଦକ୍ଷପ ନିଆଯାଇପାରିଥାନ୍ତା ତାକୁ ନେଇ ମଧ୍ୟ କମିଟି ସୁପାରିଶ୍ କରିବ ବୋଲି ଜଣାପଡିଛି ।

ପ୍ରଧାନମନ୍ତ୍ରୀଙ୍କ ପଂଜାବ ଗସ୍ତ ବେଳେ ଫିରୋଜପୁର ନିକଟ ଓଭରବ୍ରିଜ୍ ଉପରେ ତାଙ୍କ କାରକେଡକୁ ୧୫ରୁ ୨୦ ମିନିଟ ଅଟକିବାକୁ ପଡିଥିଲା । ଚାଷୀଙ୍କ ଆନ୍ଦୋଳନକୁ ନେଇ ରାସ୍ତା ଜାମ୍ ଥିବାରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଆଗକୁ ବଢିପାରିନଥିଲା । ଫଳରେ ପ୍ରଧାନମନ୍ତ୍ରୀ ତାଙ୍କ ଫିରୋଜପୁର କାର୍ଯ୍ୟକ୍ରମକୁ ବାତିଲ କରି ନୂଆଦିଲ୍ଲୀ ଫେରି ଯାଇଥିଲେ । ଏହି ଘଟଣାକୁ ନେଇ ସାରା ଦେଶରେ କଡା ପ୍ରତିକ୍ରିୟା ଦେଖା ଦେଇଥିଲା ।

Related Posts

About The Author

Add Comment