ଜେନାପୁର/୨୪/୧୨,(ସନ୍ଧାନ ନ୍ୟୁଜ୍) ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଗ୍ରାମ୍ୟ ସଭା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସରପଞ୍ଚ୍ ସୁଶାନ୍ତ କୁମାର ଶତପଥୀ ସଭାପତିତ୍ବ କରିଥିଲେ । ଏଥିରେ ସରକାରୀ ଅଧିକାରୀ ଭାବେ ପଞ୍ଚାୟତର ଆକାଉଣ୍ଟାଣ୍ଟ ପ୍ରଭାକର ପଣ୍ତା ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ମୌଳିକ ସମସ୍ୟାକୁ ପ୍ରାଥମିକତା ଦେଇ ପ୍ରୋଜେକ୍ଟ ପ୍ଲାନ୍ ଗୁଡିକୁ ହସ୍ତଗତ କରିଥିଲେ । ସେଥିମଧ୍ୟରୁ ହେଉଛି ଯଥା ଦଇପୁର ଅଙ୍ଗନୱାଡି କେନ୍ଦ୍ର,ପଞ୍ଚାୟତ ଭବନ,କଲ୍ୟାଣୀ ମଣ୍ତପ,ଆମ ବ୍ୟାଙ୍କ୍,ଦଇପୁର ଶନିମନ୍ଦିର ଠାରୁ ଗୋପବନ୍ଧୁ ହାଇସ୍କୁଲ୍ ପର୍ଯ୍ୟନ୍ତ ରିପ୍ୟାରିଂ କଂକ୍ରିଟ୍ ରାସ୍ତା ଓ ପାର୍କ ପାଇଁ ଅର୍ଥ ବ୍ୟୟବରାଦ ହୋଇ ରହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଉନ୍ନତି ମୂଳକ କାର୍ଯ୍ୟ ଆଗକୁ ବଢି ପାରୁନାହିଁ । ଯାହା ଫଳରେ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ଓ ଉନ୍ନତି ସ୍ଥାଣୁତା ପାଲିଟିଛି । ଏହିପରି ମନ୍ଥର କାର୍ଯ୍ୟ ସକାଶେ ବିଭିନ୍ନ କାରଣରୁ ଫଣ୍ତରେ ଅର୍ଥ ବ୍ୟୟବରାଦ ହୋଇ ରହିଥିଲା ବେଳେ କାମ ନ ହୋଇ ଅର୍ଥ ଫେରିଯିବାର ଦୃଷ୍ଟାନ୍ତ ରହିଛି । ସରକାର ପଞ୍ଚାୟତ ସ୍ତରରେ ଜନସାଧାରଣଙ୍କ ମୌଳିକ ସମସ୍ୟା ଓ ବିକାଶମୂଳକ ଉନ୍ନତି କାର୍ଯ୍ୟ କରିବା ପାଇଁ ଡିଣ୍ତିମ ପିଟୁଥିବା ବେଳେ ବାସ୍ତବ ଚିତ୍ର ଓଲଟା ଦେଖିବାକୁ ମିଳୁଛି । ସଭାରେ ଉପସ୍ଥିତ ଥିବା ପଞ୍ଚାୟତର ସାଧାରଣ ଲୋକେ ଏହି ସମସ୍ୟାକୁ ନେଇ ଅସନ୍ତୋଷ ଜାହିର୍ କରିଥିଲେ । ତା’ପରେ ପଞ୍ଚାୟତର ସମସ୍ତ ୱାର୍ଡମେମ୍ବର ମାନେ ନିଜନିଜ ୱାର୍ଡର ସମସ୍ୟା ଗୁଡିକୁ ପ୍ରୋଜେକ୍ଟ ସାରଣୀ ମାଧ୍ୟମରେ ଶ୍ରୀ ପଣ୍ତାଙ୍କୁ ପ୍ରଦାନ କରିଥିଲେ । ଯେପରିକି ଷ୍ଟ୍ରିଟ୍ ଲାଇଟ୍,ରଘୁନାଥପୁର ସ୍କୁଲ୍ ଗେଟ୍ ମରାମତି,ମିଶନଶକ୍ତି ଗେଟ୍,ମିଶନଶକ୍ତି ପାନୀୟ ଜଳଯୋଗାଣ,ମିଶନଶକ୍ତି ସୋଲାର୍ ସିଷ୍ଟମ୍ ଓ ଦୀର୍ଘଦିନ ଧରି ପାଇପ୍ ଜଳଯୋଗାଣ କରୁଥିବା ପୁରୁଣା ପାଇପ୍ ଗୁଡିକୁ ନୂତନ ପାଇପ୍ ମାଧ୍ୟମରେ ଜଳ ଯୋଗାଣ,ଦଣ୍ତଷଣା ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଅଭାବକୁ ଦୂର କରିବା ପାଇଁ ୱାର୍ଡ ମେମ୍ବର ଫକିର ସାହୁ ପ୍ରୋଜେକ୍ଟ ପ୍ଲାନ୍ ବିବରଣୀ ପ୍ରଦାନ କରିଥିଲେ । ଏହି ସମସ୍ୟା ଗୁଡିକୁ ଖୁବ୍ ଶୀଘ୍ର କାର୍ଯ୍ୟ କରିବା ପାଇଁ ଜିପିଡିପି ରେ ଲିପିବଦ୍ଧ କରିବେ । ଏହି ସଭାରେ ସୋସାଇଟ୍ ସଂପାଦକ ସୁଭାଶିଷ ସ୍ୱାଇଁ ଧାନର ଉପଯୁକ୍ତ ରାଶି ପାଇବା ପାଇଁ ପଞ୍ଜିକରଣ କରିଥିବା ଚାଷୀମାନଙ୍କୁ ଧାନ ମାନର ସୁବିସ୍ତୃତ ବିବରଣୀ ପ୍ରଦନ କରିଥିଲେ । ଏଥିରେ ପଞ୍ଚାୟତ ସମିତିସଭ୍ୟ ଦୀପକ କୁମାର ଦାସ,ଏମ ବି କେ,ସି ଆର୍ ପି, ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ଓ ଆବାଳ ବୃଦ୍ଧିଜୀବୀମାନେ ସଭାରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ
ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭା ବୈଠକ
|
December 24, 2024 |